ETV Bharat / state

20 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରି ଫେରାର ଥିଲା ଠକ, ବାନ୍ଧିଲା ପୋଲିସ

author img

By

Published : Apr 16, 2021, 10:43 PM IST

ଜଣେ ବ୍ୟବସାୟୀଙ୍କ ଠାରୁ 20 ଲକ୍ଷ ଟଙ୍କା ଠକେଇ କରି ଫେରାର ଥିବା ଠକ ଗିରଫ । ଅଭିଯୁକ୍ତ ନାମରେ 50 ଲକ୍ଷରୁ ଉର୍ଦ୍ଧ୍ବ ଠକେଇ ମାମଲା ଥିବା ନେଇ ସୂଚନା । ଅଧିକ ପଢନ୍ତୁ..

20 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରି ଫେରାର ଥିବା ଠକ ଗିରଫ

ଦେବଗଡ: 20 ଲକ୍ଷ ଟଙ୍କା ଠକେଇ କରି ଫେରାର ଥିବା ଠକକୁ ଗିରଫ କଲା ଦେବଗଡ ପୋଲିସ । ଅଭିଯୁକ୍ତ ଜଣକ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାଲାଇ ଗ୍ରାମରେ ଆତ୍ମଗୋପନ କରିଥିଲା । ଖବର ପାଇ ଗୁରୁବାର ରାତିରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସଦଳବଳେ ଉକ୍ତ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଅଭିଯୁକ୍ତର ନାମ ଅତୁଲ୍ଯ ମିଶ୍ର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଅତୁଲ୍ୟ ମିଶ୍ର ଦେବଗଡ ଥାନା ଅଧୀନ ସରତଲା ଗ୍ରାମରେ ରହି ବିଭିନ୍ନ ବ୍ୟବସାୟ କରୁଥିଲେ । ଏହି କ୍ରମରେ ମୁଖ୍ୟ ବଜାରରେ ବ୍ୟବସାୟ କରୁଥିବା ରାଜେଶ ଗୋଏଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅତୁଲ୍ୟ 20 ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ । ଗତ 2020 ମସିହା ଜାନୁୟାରୀ 5 ତାରିଖରେ ରାଜେଶ ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା ଏବଂ ଅଭିଯୁକ୍ତକୁ ଧରିବାକୁ ଜୋରଦାର ତଦନ୍ତ କରିଥିଲା ।

ଶେଷରେ ଚମ୍ପାଲାଇ ଗ୍ରାମରୁ ଅଭିଯୁକ୍ତ ଅତୁଲ୍ୟ ଗିରଫ ହୋଇଛି । ତାଙ୍କ ନାମରେ ବିଭିନ୍ନ ଥାନାରେ 50 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ମାମଲା ଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.