ETV Bharat / state

ସ୍କୁଲ ଫି ଛାଡ ପ୍ରସଙ୍ଗ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ - ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏପରି ସଙ୍କଟ ସ୍ଥିତିରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଫି ଓ ପରିବହନ ଫି ଦେବା ପାଇଁ ଯେପରି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଅଧିକ ପଢନ୍ତୁ..

school fee waive off
ସ୍କୁଲ ଫି ଛାଡ ପ୍ରସଙ୍ଗ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ
author img

By

Published : Apr 29, 2020, 7:27 PM IST

କଟକ: ଜୁନ ଯାଏଁ ସ୍କୁଲ ଫି ଛାଡ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପ୍ରସଙ୍ଗ । ଏହାର ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ମଧ୍ୟରେ ଏନେଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଲକଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ସ୍କୁଲ ଫି ସମେତ ପରିବହନ ଫି ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । । ସେହିପରି ଲକଡାଉନ ସମୟରେ ବିଦ୍ୟୁତ ଫି ଛାଡ଼ କରିବାକୁ କୋର୍ଟ ରେ ମାମଲା ରୁଜୁ କରାଯାଇଥିଲା।

ତେବେ ଏହି ସମସ୍ତ ମାମଲାକୁ ଏକତ୍ର ବିଚାର କୁ ନେଇ କୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.