ETV Bharat / state

ଜମି ମାପ ବେଳେ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ମଣିଷ କାମୁଡାରେ ପୋଲିସ ଆହତ - ମଣିଷ କାମୁଡାରେ ପୋଲିସ ଆହତ

ଜମି ମାପ ବେଳେ ପୋଲିସ ବନାମ ସ୍ଥାନୀୟ ଜନତା । ଗ୍ରାମବାସୀଙ୍କ କାମୁଡାରେ ଦୁଇ ପୋଲିସ କର୍ମଚାରୀ ଆହତ । ଅଧିକ ପଢ଼ନ୍ତୁ

villagers attacked police in athagarh
ଜମି ମାପ ବେଳେ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ
author img

By

Published : Apr 11, 2023, 9:38 PM IST

ଜମି ମାପ ବେଳେ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ

କଟକ: ଜମି ମାପ ବେଳେ କାମୁଡା ଖାଇଲେ ପୋଲିସ । ଆଠଗଡ଼ ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁ ଠାରେ ଆଲାଟ୍ରାଟେକ୍ କମ୍ପାନୀର ୪ ଏକର ଗୋଚର ଜାଗା ସହ ଓ ୪୧ ଏକର ବ୍ୟକ୍ତିଗତ ଜାଗା ମାପଚୁପ ବେଳେ ଗ୍ରାମବାସୀ ବିରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସମୟରେ ଉତ୍ୟକ୍ତ ଲୋକେ ଦୁଇ ପୋଲିସ କର୍ମଚାରୀଙ୍କ କାମୁଡି ପକାଇଥିଲେ ।

ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ହେଉଥିବା ଜାଗା ମାପ କାର୍ଯ୍ୟକୁ ବନ୍ଦ କରିବା ପାଇଁ କୋଳଥପଙ୍ଗି ଦଳିତ ସାହିର ଗ୍ରାମବାସୀମାନେ କହିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା । ମାତ୍ରେ ସେମାନେ ବୁଝିବାକୁ ନାରାଜ ଥିଲେ । ଏହି ସମୟରେ ପୋଲିସ ଓ କୋଳଥପଙ୍ଗି ଦଳିତ ସାହିର ଗ୍ରାମବାସୀମାନେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଦଳିତ ସାହିର ମହିଳା କାମୁଡି ପକାଇଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଗୁରିଡିଝଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଓ ଆଠଗଡ଼ ଥାନା ଏଏସଆଇ ସଙ୍କୁନ୍ତଳା ଦାସ ଆହତ ହୋଇଛନ୍ତି । ଏହାପରେ ଘଟଣା ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ପାଇ ଘଟଣା ସ୍ଥଳରେ ଚୌଦ୍ବାର ଏସଡିପିଓଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତେବେ ପୋଲିସର ବୁଝାସୁଝା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏସଡିପିଓଙ୍କ କହିବାନୁସାରେ,"ମଧ୍ୟାହ୍ନ ସମୟରେ ଆଠଗଡ଼ ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁ ଠାରେ ଏକ ସରକାରୀ ଜମି ଆଲାଟ୍ରାଟେକ୍ କମ୍ପାନୀକୁ ଦେବା ନେଇ ଡିମାର୍କକେସନ ଥିଲା । ଏହି ଜମି ନିକଟରେ ଥିବା ବେସରକାରୀ 41 ଏକର ଜମିକୁ ମାପଚୁପ ସମୟରେ ହଠାତ ସ୍ଥାନୀୟ କିଛି ଲୋକେ ଆସି ଜବରଦସ୍ତ କହିଥିଲେ, ଏହି ଜାଗା ଆମର ବୋଲି । କିନ୍ତୁ ସ୍ଥାନୀୟ ତହସିଲଦାରଙ୍କ ନିକଟରୁ ବୁଝିବା ପରେ ଜାଗାଟି 1997 ମସିହାରୁ ବିକ୍ରି ହୋଇ ଜଣଙ୍କ ନାଁରେ ଥିବା ଜଣାପଡ଼ିଛି । ଡିମାର୍କକେସନ କରିବା ସମୟରେ ଉକ୍ତ ଗ୍ରାମବାସୀ ମାନେ ଆକ୍ରୋଶ ପରାୟଣ ହୋଇ ପ୍ରଥମେ ଯେଉଁମାନେ ମାପ କରିଥିଲେ ସେମାନଙ୍କ ମାପସୂତାକୁ ଚିଣ୍ଡାଇ ଦେଇଥିଲେ । ପୋଲିସ ସେମାନଙ୍କୁ ଅଟକେଇବାରୁ ଉଭୟ ଥାନା ଅଧିକାରୀ ଓ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଉତ୍ୟକ୍ତ ଲୋକେ କାମୁଡି ପକାଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ବୁଝେଇବା ପରେ ସ୍ଥିତି ଆୟତ୍ତକୁ ଆସିଥିଲା ଏବଂ ପୁନଃ ଡିମାର୍କସେସନ କାର୍ଯ୍ୟ ଆରମ୍ଭ ହୋଇଥିଲା ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.