କଟକ: ଜିଲ୍ଲାର ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ଜିଗ୍ନିପୁର ଆରଆଇ ଗିରଫ। ଆରଆଇ ଅଚ୍ୟୁତାନନ୍ଦ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ।
ଜମି ମ୍ୟୁଟେସନ କରିବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। କୈଳାସ ଚନ୍ଦ୍ର ସ୍ବାଇଁ ନାମକ ଜଣେ ଵ୍ୟକ୍ତିଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ।
ଅନ୍ୟପଟେ ସେ ନିର୍ଦ୍ଦୋଷ ତାଙ୍କୁ କୈଳାସ ଫସାଇ ଦେଇଥିବା ସେ କହିଛନ୍ତି। ଏହାସହ ଜାଣିଶୁଣି ତାଙ୍କ ଡ୍ରରେ ଟଙ୍କା ପୁରାଇ ତାଙ୍କୁ ଫସାଇ ଦିଆଯାଇଥିବା ଗିରଫ ହୋଇଥିବା ଆରଆଇ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ