ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ପୁରୀ ସବ କେନାଲରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ ।
ସୂଚନା ଅନୁସାରେ,ଖୋର୍ଦ୍ଧା ଭିଙ୍ଗାରପୁରର ସିଙ୍ଗଡ଼ା ଛକ ନିକଟରେ ଥିବା ପୁରୀ ସବ କେନାଲରେ ଆଜି ଏକ ମୃତଦେହ ଭାସୁ ଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ କେନାଲ ମଧ୍ୟରୁ ଉଦ୍ଧାର କରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ପୋଲିସକୁ ମିଳିନି । ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
ଇଟିଭି ଭାରତ,ନିଆଳି