ETV Bharat / state

ବେଆଇନ ଲିଙ୍ଗ ନିରୂପଣ ଘଟଣା, ଜେଲ ଗଲେ ଲ୍ୟାବ୍‌ର ୨ କର୍ମଚାରୀ - ବେଆଇନ ଲିଙ୍ଗ ନିରୂପଣ ଘଟଣା ଅପଡେଟ

କଟକରେ ଲ୍ୟାବ୍‌ରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା । ଲ୍ୟାବ୍‌ର ୨ କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବେଆଇନ ଲିଙ୍ଗ ନିରୂପଣ ଘଟଣା, ଜେଲ ଗଲେ ଲ୍ୟାବ୍‌ର ୨ କର୍ମଚାରୀ

author img

By

Published : Jan 18, 2022, 6:30 PM IST

କଟକ: ବେଆଇନ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ କଟକ ମଙ୍ଗଳାବାଗସ୍ଥିତ ଆଲଫା ହେଲ୍ଥ କେୟାର ଦୁଇ ଜଣ କର୍ମଚାରୀ । ଏହା ସହିତ ଏହି ବେଆଇନ କାର୍ଯ୍ୟରେ ବ୍ୟବହାର ହେଇଥିବା ଅଲ୍ଟ୍ରାସାଉଣ୍ଡ ମେସିନ ସହିତ ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଥିବା ବହୁ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଗିରଫଦାରୀ ଘଟଣା ପରେ ଲିଙ୍ଗ ନିରୂପଣ ରାକେଟକୁ ନେଇ ବହୁ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି ।

ବେଆଇନ ଲିଙ୍ଗ ନିରୂପଣ ଘଟଣା, ଜେଲ ଗଲେ ଲ୍ୟାବ୍‌ର ୨ କର୍ମଚାରୀ

ଏହି ଲ୍ୟାବ୍‌ଟି ପ୍ରାୟ ପାଞ୍ଚ ବର୍ଷ ହେଲା କାର୍ଯ୍ୟ କରୁଥିଲା । ସେଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଚାଲୁଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ସୂଚନା ଥିଲା । ଏପରିକି ସ୍ବାସ୍ଥ୍ୟ ବିଭାଗ ପୂର୍ବରୁ ସେଠାରେ ଦୁଇ ଦୁଇ ଥର ରେଡ କରିବାକୁ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରିଥିଲା । କାରଣ ଏହି ରେଡ ବିଷୟରେ ଜାଣି ପାରି ଡାଇଗ୍ନୋଷ୍ଟିକ ସେଣ୍ଟର କର୍ମଚାରୀମାନେ ସମ୍ପୃକ୍ତ କୋଠାର ପଛପଟ ବାଟ ଦେଇ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କୁ ଫେରାର କରାଇ ଦେଉଥିଲେ । ଏକଥାକୁ ନିଜେ ସ୍ବୀକାର କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ଏହା ବି ପଢନ୍ତୁ: ଲିଙ୍ଗ ନିରୂପଣ ଅଭିଯୋଗ: କଟକରେ ପାଥୋଲ୍ୟାବ ସିଲ୍‌, ଦୁଇ ଅଭିଯୁକ୍ତ ଗିରଫ

ସେହିପରି ବେଆଇନ ଭାବେ ଲିଙ୍ଗ ନିରୂପଣ କରିବା ନେଇ ଆଇପିସିର ଧାରା 419 , 420 , 34 ଓ PNDP ଆଇନର ଧାରା 22 ଓ 23ରେ ଏକ ମାମଲା ରୁଜ୍ଜୁ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏହି କ୍ରମରେ ସମ୍ପୃକ୍ତ ଡାଇଗ୍ନୋଷ୍ଟିକର ଟେକିନିସିଆନ ପ୍ରସନ୍ନ ସାହୁ ଓ ଅନ୍ୟଜଣେ କର୍ମଚାରୀ ବସନ୍ତ ବର୍ଦ୍ଧନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତରୁ ମଙ୍ଗଳାବାଗର ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ହେଉଛି ଏହି ବେଆଇନ କାରବାରର ମୂଳ କେନ୍ଦ୍ର ।

ଏହାର ଚେର କଟକ ସହର ତଥା ରାଜ୍ୟ ବିଭିନ୍ନ ସ୍ଥାନରେ ଥିବା ନର୍ସିଂହୋମ ପର୍ଯ୍ୟନ୍ତ ଲମ୍ବି ନେଇ ପୋଲିସ ହାତରେ ଠୋସ ପ୍ରମାଣ ମଧ୍ୟ ଲାଗିଛି । ଏପରିକି ଅଲ୍ଟ୍ରାସାଉଣ୍ଡ ମେସିନର ବ୍ୟବହାର ପାଇଁ ଆବଶ୍ୟକୀୟ ଅନୁମତି ଦରକାର ହେଉଥିବାବେଳେ ବେଆଇନ ଭାବେ ଚାଲୁଥିବା ଏହି ଡାଇଗ୍ନୋଷ୍ଟିକ ସେଣ୍ଟରକୁ କେଉଁ ଏଜେନ୍ସି ଅଲ୍ଟ୍ରାସାଉଣ୍ଡ ମେସିନ ବିକ୍ରି କରିଥିଲା ସେ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.