ETV Bharat / state

ତେଲେଙ୍ଗାପେଣ୍ଠ ଦୁର୍ଘଟଣା ମାମଲା, ଦୁଇଟି ମାମଲା ରୁଜୁ

author img

By

Published : Oct 17, 2020, 7:35 PM IST

Updated : Oct 17, 2020, 7:57 PM IST

ତେଲେଙ୍ଗାପେଣ୍ଠ ଜାଗୁଆର ଦୁର୍ଘଟଣାରେ ପୋଲିସ 2 ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Two different case file for telengapentha accident death
ତେଲେଙ୍ଗାପେଣ୍ଠ ଦୁର୍ଘଟଣା ମାମଲା, ଦୁଇଟି ମାମଲା ରୁଜୁ

କଟକ: ତେଲେଙ୍ଗାପେଣ୍ଠ ଅଞ୍ଚଳରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ 2ଟି ପୃଥକ ମାମଲା ରୁଜୁ କରିଛି ।

ତଦନ୍ତ ପାଇଁ ଏକ ଟିମ ମଧ୍ୟ ଗଠନ କରାଯାଇଛି । କେଉଁ ସ୍ଥିତିରେ କାରଟି ଦୁର୍ଘଟଣାଗସ୍ତ ହେଲା । ଏହାର ବେଗ କେତେ ଥିଲା । ଏହି ତମାମ ପ୍ରଶ୍ନ ଉପରେ ଚାଲିଛି ତଦନ୍ତ । ତେବେ ଖୁବ ଶୀଘ୍ର ନିଷ୍କର୍ଷ ଆସିବା ନେଇ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ସୂଚନା ଅନୁଯାୟୀ, ଭୁବନେଶ୍ବରରୁ କଟକ ଅଭିମୁଖେ ବାହାରିଥିବା ଏକ ଜାଗୁଆର କାର ଭାରସାମ୍ୟ ହରାଇ ତେଲେଙ୍ଗାପେଣ୍ଠ ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲା । କାର୍ ରେ 3ଜଣ ଯୁବକ ରହିଥିଲେ । ସମସ୍ତଙ୍କ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ସମସ୍ତ 3 ଜଣଙ୍କୁ ମୃତ ଘୋଷଣା କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 17, 2020, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.