ETV Bharat / state

ତିନି ଦିନିଆ ରିମାଣ୍ଡରେ ଡି-ବ୍ରଦର୍ସ - କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ । ଘରୁ ବନ୍ଧୁକ ଜବତ ହେବା ଘଟଣାରେ କୋର୍ଟରେ ହାଜର ହେଲେ ଦୁଇ ଭାଇ । କୋର୍ଟ ୩ ତିନି ଦିନ ରିମାଣ୍ଡର ଅନୁମତି ପ୍ରଦାନ କରିଛନ୍ତି ।

ହାଇକୋର୍ଟ
ହାଇକୋର୍ଟ
author img

By

Published : Dec 24, 2020, 3:44 PM IST

Updated : Dec 24, 2020, 4:06 PM IST

କଟକ: ଘରୁ ବନ୍ଧୁକ ଜବତ ମାମଲାରେ ଡ଼ି-ବ୍ରଦର୍ସଙ୍କୁ ଆଜି (ଗୁରୁବାର) ରିମାଣ୍ଡରେ ନେଇଛି କଟକ କମିଶନରେଟ ପୋଲିସ । ପୋଲିସ ଦୁଇ ଭାଇଙ୍କୁ ୫ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୩ ତିନି ଦିନ ରିମାଣ୍ଡର ଅନୁମତି ପ୍ରଦାନ କରିଛନ୍ତି । ଏହାପରେ ସାମୟିକ ଭାବେ ଦୁଇ ଭାଇଙ୍କୁ ଚୌଦ୍ବାର ଜେଲକୁ ନିଆ ଯାଇଥିଲା ଏବଂ ପରେ ଚୌଦ୍ବାର ପୋଲିସ ସେମାନଙ୍କୁ ଜେଲରୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି।

ତିନି ଦିନିଆ ରିମାଣ୍ଡରେ ଡି-ବ୍ରଦର୍ସ

ଏହାପୂର୍ବରୁ ଦୁଇ ଭାଇଙ୍କୁ ଯଥାକ୍ରମେ ବଲାଙ୍ଗୀର ଓ ବାଲେଶ୍ବର ଜେଲରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ JMFC ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ରିମାଣ୍ଡ ଅବଧି ମଧ୍ୟରେ ସେମାନଙ୍କ ବନ୍ଧୁକ କାରବାର ସମ୍ପର୍କରେ ଜେରା କରାଯିବ। ଜେରା ସମୟରେ ଉଭୟଙ୍କୁ ସେମାନଙ୍କ କଟକ CDA ସ୍ଥିତ ବାସଭବନକୁ ନେଇ ସେଠାରେ କେଉଁ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇ ରଖା ଯାଇଛି ସେ ବାବଦରେ ମଧ୍ୟ ପଚରା ଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଗତ ଡିସେମ୍ବର ୯ ତାରିଖ ରାତିରେ ପୋଲିସ ଉଭୟଙ୍କ CDA ଘରେ ଚଢାଉ କରି ୮ ଟି ବନ୍ଧୁକ ସହିତ ୧୦୯୫ ରାଉଣ୍ଡ ଗୁଳି ଜବତ ହୋଇଥିଲା। ଏହା ସହିତ ତାଙ୍କର ସହଯୋଗୀଙ୍କ ଠାରୁ ମଧ୍ୟ ୮ ଟି ବନ୍ଧୁକ ଜବତ କରାଯାଇଥିଲା।

କଟରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 24, 2020, 4:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.