ETV Bharat / state

ରାତି ପାହିଥିଲେ ହୋଇଥାଆନ୍ତା ବାହାଘର, ବରକୁ ଉଠାଇ ନେଲା ପୋଲିସ

author img

By

Published : Nov 26, 2020, 6:30 PM IST

ରାତି ପାହିଥିଲେ ହୋଇଥାନ୍ତା ବାହାଘର । ହେଲେ ମାତ୍ର କିଛି ଘଣ୍ଟା ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ...

The groom arrested before few hours of marriage in cuttack
ରାତି ପାହିଥିଲେ ହୋଇଥାଆନ୍ତା ବାହାଘର, ବରକୁ ଉଠାଇ ନେଲା ପୋଲିସ

କଟକ: ବୁଧବାର ଦିନ ଥିଲା ବାହାଘର । ଦିନ ସମୟରେ ବିବାହ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ସେଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଥିଲା । ଏପରିକି ବରଯାତ୍ରୀ ପାଇଁ ଆଗୁଆ କୁହା ସରିଥିଲା । ରଙ୍ଗବେରଙ୍ଗ ଫୁଲ ଓ ଚିକମିକ ଲାଇଟରେ ମଣ୍ଡପ ଝଲସୁଥିଲା । ବରଯାତ୍ରୀଙ୍କ ଚର୍ଚ୍ଚା ପାଇଁ ଭୋଜିର ଆୟୋଜନ କରିଥିଲେ କନ୍ୟା ଘର ଲୋକେ । ଭୋଜିରେ ଭଳିକି ଭଳି ଆଇଟମ ପାଇଁ ଆଗୁଆ ଟଙ୍କା ଦିଆ ସରିଥିଲା । ଝିଅର ବାହାଘର ପାଇଁ କନ୍ୟାପକ୍ଷ ବେଶ୍ ଉତ୍ସାହିତ ଥିଲେ । ଉଭୟଙ୍କ ଘର କୁଣିଆଙ୍କ ଗହଳି ଚହଳିରେ ଫାଟି ପଡୁଥିଲା । କେତେ କଣ ସ୍ବପ୍ନ ଦେଖିଥିଲେ ଉଭୟ ପକ୍ଷ । କାରଣ ରାତି ପାହିଥିଲେ ହୋଇଥାନ୍ତା ବାହାଘର । ହେଲେ ମାତ୍ର କେଇ ମୂହୁର୍ତ୍ତରେ ସବୁ କିଛି ପାଣି ଫୋଟକା ପରି ମିଳେଇଗଲା ।

ଆଜ୍ଞା ହଁ... ଆପଣ ଠିକ ଶୁଣିଛନ୍ତି । ଆମେ କହୁଛୁ କଟକ ନୟାସଡ଼କ ଲୁଟ କଥା । ଆଉ ଲୁଟରେ ସମ୍ପୃକ୍ତ ଥିବା ବଜ୍ରକବାଟି ମଣିପୁରମ ସଂସ୍ଥାର ମ୍ୟାନେଜର ପିତାମ୍ବର ସାହୁଙ୍କ କଥା । ଗଙ୍ଗାମନ୍ଦିର ଅଞ୍ଚଳର ଚକ୍ରଧର ସାହୁଙ୍କ ବଡ ପୁଅ ହେଉଛନ୍ତି ପିତାମ୍ବର ସାହୁ । ସେ ବଜ୍ରକବାଟି ଅଞ୍ଚଳରେ ଥିବା ମଣିପୁରମ ସଂସ୍ଥାରେ ମ୍ୟାନେଜର ଭାବେ କାମ କରନ୍ତି । ଗତକାଲି(ବୁଧବାର) ଥିଲା ତାଙ୍କ ବାହାଘର । ହେଲେ ନୟାସଡକ ଆଇଆଇଏଫଏଲରୁ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଖବର ପାଇ ମଙ୍ଗଳାବାର ରାତି ପ୍ରାୟ 2 ଟାରୁ 3 ଟା ମଧ୍ୟରେ ତାଙ୍କୁ ଘରୁ ଉଠାଇ ନେଇଥିଲା ପୋଲିସ । ଫଳରେ ମାତ୍ର କେଇ ଘଣ୍ଟା ପରେ ହେବାକୁ ଥିଲା ପିତାମ୍ବରଙ୍କ ବାହାଘର ବନ୍ଦ ହୋଇଗଲା ।

ଅନ୍ୟପଟେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପିତାମ୍ବରଙ୍କ ବାପା ଚକ୍ରଧର ସାହୁ । ତାଙ୍କ ପୁଅ ନିର୍ଦ୍ଦୋଷ । ସେ କେବେ ଏଭଳି କାମ କରିବନି ଏବଂ ଜାଣିଶୁଣି ତାକୁ ଫସାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ଆଇନର ସହାୟତା ଲୋଡିବେ ବୋଲି ମଧ୍ୟ ଚକ୍ରଧର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଆଇଆଇଏଫଏଲ ସଂସ୍ଥାରୁ 12 କୋଟି ଟଙ୍କାର ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 3 କେଜି ସୁନା ଜବତ କରିସାରିଛି । ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.