କଟକ: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ତମାଣ୍ଡୋ ଥାନାର ଏସଆଇ ଅଭିମନ୍ୟୁ ଚୌଧୁରୀ(Tomando police station SI Abhimanyu Chaudhury) । ଗତକାଲି(ଶୁକ୍ରବାର) ଅଭିମନ୍ୟୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିମନ୍ୟୁ ତାଙ୍କ ଆୟ ଠାରୁ ୧୧୩% ଅଧିକା ସମ୍ପତ୍ତି ଠୁଳ କରିଥିବା କହିଛି ଭିଜିଲାନ୍ସ ।
ସୂଚନାଅନୁସାରେ, ଡିସେମ୍ବର ୧୫ ତାରିଖରେ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ଭୁବନେଶ୍ବର ସ୍ଥିତ ପାଇକ ନଗରରେ ଥିବା ଘର ସମେତ ନୟାଗଡ଼ ନଛିପୁର ଗାଁ ସ୍ଥିତ ପୈତୃକ ଘର ଓ ତମାଣ୍ଡୋ ଥାନାରେ ରେଡ କରିଥିଲେ ଭିଜିଲାନ୍ସ ଅଧିକାରୀ । ରେଡ ସମୟରେ କୋଠା, କାଗଜପତ୍ର ସହ ଗହଣା ଓ ନଗଦ ଟଙ୍କା ଜବତ କରାଯାଇଥିଲା । ତେବେ ଗତକାଲି କୋଟିପତି ଏସଆଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ ।
ଏହା ମଧ୍ୟ ପଢନ୍ତୁ: Vigilance Raid: ଲାଞ୍ଚୁଆ SI ଅଭିମନ୍ୟୁ ଚୋୖଧୁରୀ ଘରେ ଭିଜିଲାନ୍ସ ରେଡ୍
ଆସନ୍ତା ୨୭ ତାରିଖ ଯାଏଁ ଅଭିମନ୍ୟୁ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏସଆଇ ଅଭିମନ୍ୟୁଙ୍କୁ ନିଲମ୍ବିତ କରାଯାଇଛି । ପୋଲିସ ବାବୁ ଗିରଫ ହେବାପରେ ତାଙ୍କ ନାମରେ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ଅଭିମନ୍ୟୁଙ୍କୁ କଳାଧନ ଅର୍ଜନ କରିବାରେ ତାଙ୍କ ପତ୍ନୀ ସହଯୋଗ କରିଥିବାରୁ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି ।
ଇଟିଭି ଭାରତ, କଟକ