କଟକ: ବିଶ୍ବକୁ ଘାରିଛି କୋରୋନା ଚିନ୍ତା । ଓଡିଶାରେ କୋରୋନା ସହ ଏବେ ସ୍ବାଇନ ଫ୍ଲୁ ଚିନ୍ତା । ଏସିବି ମେଡିକାଲରେ ପୁଣି 3 ସ୍ବାଇନ ଫ୍ଲୁ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ମେଡିକାଲରେ ଥିବା ସ୍ବତନ୍ତ୍ର ସ୍ବାଇନ ଫ୍ଲୁ ୱାର୍ଡରେ ଏହି 3 ଜଣଙ୍କୁ ଭର୍ତ୍ତି କରାଯାଇଛି । ଏକ ନିର୍ଦ୍ଧିଷ୍ଟ ଡାକ୍ତରୀ ଦଳ ଏମାନଙ୍କ ଚିକିତ୍ସା ଜାରି ରଖିଛନ୍ତି ।
ଏହି ମହାମାରୀର ଘଡି ସନ୍ଧି ମୁହୂର୍ତ୍ତରେ କୌଣସି ପ୍ରକାର ଅପପ୍ରଚାର ନ କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ଯଦି ଏପରି କିଛି ଗୁଜବ ଖବର ଆସେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାନେଇ ମେଡିକାଲ ପକ୍ଷରୁ ସୂଚନା ରହିଛି । ତେବେ ଗତ ଶନିବାର ଜଣେ ମହିଳା ସ୍ବାଇନ ଫ୍ଲୁରେ ପ୍ରାଣ ହରାଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ