କଟକ: ନେମାଳ ପ୍ରଭୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ସ୍ବନକ୍ଷେତ୍ର ଦିବସ । କୋଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗୁ ହୋଇଥିଲା 144 ଧାରା । ନିୟମ ଅନୁଯାୟୀ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ତେବେ ମନ୍ଦିର ପରିସର ମଧ୍ୟରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।
ମନ୍ଦିର ଠାରୁ 200 ମିଟର ପର୍ଯ୍ୟନ୍ତ ଏହି 144 ଧାରା ଲାଗୁ ହୋଇଥିବା ବେଳେ ଆଜି (ବୁଧବାର) ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ