ETV Bharat / state

ଡ୍ରମ ବାଜିଲେ ପୁରୁଛି ପେଟ: ଆସୁଛି ଦୁର୍ଗାପୂଜା, ଅଭ୍ୟାସରେ ବ୍ୟସ୍ତ ଛାତ୍ର - ବାଦ୍ୟ ଅଭ୍ୟାସ କରୁଛନ୍ତି ଛାତ୍ର

ସିଙ୍ଘ ବାଜା,ମାଦଳ ବାଜା ଆଉ ପେଟ ବାଜା ବଜାଇ ପରିବାର ପ୍ରତିପୋଷଣ କରୁଛନ୍ତି କେତେକ ଛାତ୍ର । ସ୍କୁଲରେ ପରୀକ୍ଷା ଦେଇ ଘରେ ଖାଇ ସାରିବା ପରେ ଏକତ୍ରିତ ହୋଇ ପ୍ରତିଦିନ ଏଭଳି ଅଭ୍ୟାସ କରୁଛନ୍ତି । ଅଧିକ ପଢନ୍ତୁ

students playing drums to earn
ବାଜା ବଜାଇ ପରିବାର ପୋଷୁଛନ୍ତି ଛାତ୍ର
author img

By ETV Bharat Odisha Team

Published : Oct 13, 2023, 10:20 PM IST

ବାଜା ବଜାଇ ପରିବାର ପୋଷୁଛନ୍ତି ଛାତ୍ର

କଟକ: ପଢିବା ଖେଳିବା ବୟସରେ ପରିବାର ପୋଷିବା ଚିନ୍ତା । ସିଙ୍ଘ ବାଜା, ମାଦଳ ବାଜା ଆଉ ପେଟ ବାଜା ବଜାଇ ପରିବାର ପ୍ରତିପୋଷଣ କରୁଛନ୍ତି ଛୋଟ ପିଲାମାନେ । ଆଜିର ଯୁବପିଢ଼ିଙ୍କ ପସନ୍ଦ ଅନୁସାରେ ଏମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି । କମ୍ ବୟସର ଏହି ପିଲାମାନେ ୟୁଟୁବରୁ ଗୀତ ଶୁଣି ଠିକ ସେହିପରି ତାଳେ ତାଳେ ବିଭିନ୍ନ ପ୍ରକାର ତାଳରେ ବାଜା ବଜାଉଛନ୍ତି। ଯାହାକୁ ଶୁଣିବା ପରେ କୌଣସି ଅଭିଜ୍ଞତା ସମ୍ପନ୍ନ ଲୋକ ଏହି ବାଜା ବଜାଉଥିବା ଭଳି ମନେ ହେବ ।

ଆଗକୁ ପୂଜା ଥିବାରୁ ଏହି ପିଲାମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଖୁବ ସୁମଧୁର ତାଳରେ ବାଜା ବଜାଉଛନ୍ତି ୧୫ରୁ ୧୬ ବୟସର ଏହି ପିଲା। ଏମାନେ ସମସ୍ତେ ସ୍କୁଲର ଛାତ୍ର ହୋଇଥିବାବେଳେ ସ୍କୁଲରେ ପରୀକ୍ଷା ଦେଇ ଘରେ ଖାଇ ସାରିବା ପରେ ଏକତ୍ରିତ ହୋଇ ପ୍ରତିଦିନ ଏଭଳି ଅଭ୍ୟାସ କରୁଛନ୍ତି । ବିଭିନ୍ନ ତାଳରେ ବାଜା ବଜାଇ ଅଭ୍ୟାସ କରୁଛନ୍ତି । ପ୍ରତ୍ୟକ ଦିନ ଏମାନେ ଏହିପରି ଅଭ୍ୟାସ କରୁଥିବା କହିଛନ୍ତି । "ଆଗକୁ ପୂଜା ଥିବାରୁ ଏମାନଙ୍କ ପାଖକୁ ଅନେକ ଅର୍ଡର ଆସିବ । ଆଉ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସେତିକି ପ୍ରସ୍ତୁତ କରିବାକୁ ପଡିବ" ବୋଲି କହିଛନ୍ତି ବାଦ୍ୟ ଅଭ୍ୟାସ କରୁଥିବା ପିଲାମାନେ ।

କୌଣସି ଶୋଭାଯାତ୍ରାରେ ଯିବା ପୂର୍ବରୁ ଭଲ ଭାବରେ ପ୍ରସ୍ତୁତ ହୋଇ ଯିବାକୁ ପଡ଼ିଥାଏ । ନଚେତ ଗ୍ରାହକଙ୍କ ଆକ୍ରୋଶର ଶିକାର ହେବାର ଆଶଙ୍କା ରହିଥାଏ । ସେଥିପାଇଁ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ପିଲାମାନେ ପ୍ରସ୍ତୁତ ହୋଇଥାନ୍ତି । ବିଶେଷକରି ସମ୍ବଲପୁରୀ ତାଳର ଯେତିକି ନୂଆ ଗୀତ ବଜାରକୁ ଆସିଥାଏ ତାହା ସବୁ ଶିଖିବାକୁ ପଡେ। ତେବେ ୟୁ ଟୁବରୁ ଏହି ସମସ୍ତ ଗୀତ ପ୍ରଥମେ ଶିଖିବାକୁ ପଡିଥାଏ। ପରେ ଏହାର ତାଳରେ ବଜାଇ ଅଭ୍ୟାସ କରିବାକୁ ପଡିଥାଏ।

ଏହା ବି ପଢନ୍ତୁ...VIRAL VIDEO: ପାରମ୍ପରିକ ଖଞ୍ଜଣୀ ବାଦ୍ୟ ବଜାଇ ଦୁଃଖ ବଖାଣୁଛି ଚଷା ପୁଅ

ବିଭିନ୍ନ ସିଜିନ ଅନୁସାରେ ଚାହିଦାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଦର ରହିଥାଏ। ବିବାହ ୠତୁରେ ଗୋଟିଏ ଦର ଏବଂ ପୂଜା ଋତୁରେ ଅଲଗା ଦର ରହିଥାଏ । ଗ୍ରାହକଙ୍କ ଚାହିଦା ଅନୁଯାୟୀ, ଦର ନିର୍ଦ୍ଧାରଣ କରାଯାଇଥାଏ। ଗୋଟିଏ କଲ୍ ପିଛା ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ମିଳିଥାଏ। ସେହିପରି ପୂଜା ସମୟରେ ସେହି ଦର ତୁଳନାରେ ୬/ ୭ ହଜାର ଅଧିକ ରୋଜଗାର ହୋଇଥାଏ। ବଲାଙ୍ଗୀର, ସମ୍ବଲପୁର ବାଦ୍ୟ ଏବେ ସମସ୍ତଙ୍କର ପସନ୍ଦ ହୋଇଥିବାବେଳେ ଭଲ ରୋଜଗାର ଆଶାରେ ରହିଛନ୍ତି ଏହି ଗ୍ରୁପର ସମସ୍ତ ସଦସ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.