ETV Bharat / state

ପହଞ୍ଚି ପାରିଲାନି ପ୍ରଶ୍ନପତ୍ର, ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ - ୧୦ମ ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ବିଭ୍ରାଟ

କଟକ ଜିଲ୍ଲା ନିଆଳି ବ୍ଳକର ମହଙ୍ଗାପଡ଼ା ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ରଖି ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ନ ଆସିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିଲେନି । ଅଧିକ ପଢନ୍ତୁ

ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ
ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ
author img

By ETV Bharat Odisha Team

Published : Oct 5, 2023, 11:04 AM IST

Updated : Oct 5, 2023, 1:13 PM IST

ପହଞ୍ଚି ପାରିଲାନି ପ୍ରଶ୍ନପତ୍ର

ନିଆଳି : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ପହଞ୍ଚିଲାନି ପ୍ରଶ୍ନପତ୍ର । ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଳକର ମହଙ୍ଗାପଡା ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ । ପ୍ରଶ୍ନପତ୍ରକୁ ରଖି ବିଦ୍ୟାଳୟକୁ ଆସିଲେନି ପ୍ରଧାନ ଶିକ୍ଷକ l ଫଳରେ ପରୀକ୍ଷା ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ ‌ ।

ସୂଚନା ମୁତାବକ, ତେବେ ଗତକାଲିଠାରୁ ସମଗ୍ର ରାଜ୍ୟରେ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମାତୃଭାଷା ଓ ଇଂରାଜୀ ପରୀକ୍ଷା ଥିଲା । ହେଲେ ନିଆଳି ବ୍ଲକର ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ଦେଖାଦେଇଛି ଗୁରୁତର ବିଭ୍ରାଟ l ପ୍ରଶ୍ନପତ୍ରକୁ ରଖି ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ନଆସିବାରୁ ପରୀକ୍ଷା ଦେଇପାରି ନ ଥିଲେ ଛାତ୍ରଛାତ୍ରୀ । ତେବେ ଏଭଳି ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେବା ସହିତ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗତ ଦୁଇ ଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି ବିଦ୍ୟାଳୟର ସମସ୍ତ ପ୍ରଶ୍ନ ପତ୍ର ନେଇ ନିଜ ଘରେ ରଖିବା ସହ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ l ବୁଧବାର ଦିନ ପିଲାଙ୍କ ପରୀକ୍ଷା ଥିବା ନେଇ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । ଗତକାଲି ଦିନ 10ଟାରେ ପରୀକ୍ଷା ଥିବା ବେଳେ ପରୀକ୍ଷା ପ୍ରଶ୍ନପତ୍ର ନେଇ ପ୍ରଧାନ ଶିକ୍ଷକ ଆସି ନଥିଲେ । ବିଦ୍ୟାଳୟ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇ ଥିଲା l ଖବର ପାଇ ବ୍ଲକ ଶିକ୍ଷା ଅଧିକାରିଣୀ ଜୋତ୍ସ୍ନା ରାଣୀ ମହାପାତ୍ର ଓ ସହକାରୀ ଶିକ୍ଷା ଅଧିକାରୀ ଅନନ୍ତ ନାରାୟଣ ସିଂହ ବିଦ୍ୟାଳୟରେ ପହଞ୍ଚିଥିଲେ । ଏଥିସହ ସ୍ଥାନୀୟ ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ (ସିଆରସିସି) ମାନସ କୁମାର ରାଉତଙ୍କୁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପ୍ରଶ୍ନପତ୍ର ପାଇଁ ପଠାଇ ଥିଲେ ।

ଏହା ମଧ୍ୟ ପଢନ୍ତୁ - ପୁଣି OSSC ପରୀକ୍ଷାରେ ବିଭ୍ରାଟ !: ବିଳମ୍ବରେ ମିଳିଲା ସିଲ୍ ଖୋଲାଥିବା ପ୍ରଶ୍ନପତ୍ର, କଲେଜ ପରିସରରେ ଉତ୍ତେଜନା

ଜଗତସିଂହପୁର ଠାରେ ରହୁଥିବା ପ୍ରଧାନ ଶିକ୍ଷକଙ୍କ ଘରେ ସିଆରସିସି ପହଞ୍ଚି ସେଠାରୁ ସମସ୍ତ ପ୍ରଶ୍ନପତ୍ର ଆଣିଥିବା ବେଳେ ଦିନ 12ଟା 30 ମିନିଟରେ ଇଂରାଜୀ ପରୀକ୍ଷା ଆରମ୍ଭ ହୋଇଥିଲା । ସେହିପରି ଆଜି ଗଣିତ ପରୀକ୍ଷା ଥିବା ବେଳେ ଆଜି ମଧ୍ୟ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଆସି ନଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି । ସେହିପରି ଅନ୍ୟପଟେ ବହୁପୂର୍ବରୁ ଉକ୍ତ ପ୍ରଧାନ ଶିକ୍ଷକ ବିଭିନ୍ନ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ବୋଲି ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି l

ଇଟିଭି ଭାରତ, ନିଆଳି

Last Updated : Oct 5, 2023, 1:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.