ETV Bharat / state

ସ୍କୁଲ ସମସ୍ୟାକୁ ନେଇ ତେଜିଲା ବିରୋଧ, ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ - ସମସ୍ୟାର ସମାଧାନ ପାଇଁ ଦାବି

ବେଦପୁର ରାଧାକାନ୍ତ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ତେଜିଛି ବିରୋଧ। ସମାଧାନ ଦାବିରେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଅଧିକ ପଢନ୍ତୁ

student stage protest
ସ୍କୁଲ ସମସ୍ୟାକୁ ନେଇ ତେଜିଲା ବିରୋଧ
author img

By ETV Bharat Odisha Team

Published : Aug 28, 2023, 10:10 PM IST

ସ୍କୁଲ ସମସ୍ୟାକୁ ନେଇ ତେଜିଲା ବିରୋଧ

ନିଆଳି: ବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସଳେଇ ବେଦପୁର ରାଧାକାନ୍ତ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ସମସ୍ୟା। ଶିକ୍ଷାଦାନରେ ସମସ୍ୟା ସହ ମଧ୍ୟାହ୍ନ ଭୋଜନରେ ଅନିୟମିତତା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହାସହ ବିଦ୍ୟାଳୟରେ ରହିଥିବା ଅନ୍ୟାନ୍ୟ ସମସ୍ୟାକୁ ନେଇ ମଧ୍ୟ ପ୍ରତିବାଦ କରାଯାଇଛି।

ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି କରି ନୂତନ ଶିକ୍ଷକ ନିଯୁକ୍ତି ନେଇ ଦାବି ଜୋର ଧରିଛି। ମଧ୍ୟାହ୍ନ ଭୋଜନ ଠିକ୍ ଭାବେ କରାଯିବା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା ବସି ରହିଥିବା ଦେଖିବାକୁ ମିଳିଛି। ଏହାସହ ବିଇଓ ଘଟଣାସ୍ଥଳକୁ ଆସି ସମସ୍ୟାର ସମାଧାନ କଲେ ଧାରଣାରୁ ହଟିବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଦୀର୍ଘ ଦିନ ହେଲା ନିୟମିତ ପାଠପଢା ହେଉନଥିବାବେଳେ ଧାର୍ଯ୍ୟ ସମୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଉନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଆଉ ଯଥାଶୀଘ୍ର ଏହାର ସମାଧାନ କରାନଗଲେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏହା ବି ପଢନ୍ତୁ...Fake Mo School Website: ଚାକିରି ଆଶାୟୀଙ୍କୁ ଠକିବାକୁ ସରକାରୀ ଥୋପ ! ମୋ ସ୍କୁଲ ଅଭିଯାନ ନାଁରେ ଠକୁଥିବା ଠକ ଗିରଫ

ଏହା ବି ପଢନ୍ତୁ...ପ୍ରହସନ ପାଲଟିଛି 5T ଯୋଜନା: 50ବର୍ଷ ଧରି ମରାମତି ହୋଇନି ସ୍କୁଲ, ଗଛମୂଳେ ଚାଲିଛି ପାଠପଢା

ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ପାଖରେ ପୂର୍ବରୁ କୌଣସି ଅଭିଯୋଗ ନଥିବା ସେ କହୁଛନ୍ତି। ଏନେଇ କେହି ପୂର୍ବରୁ ସୂଚନା ଦେଇ ନଥିବା ସେ କହୁଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ବାହାରେ ବସି ରହିଛନ୍ତି। ସେପଟେ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ବିଦ୍ୟାଳୟକୁ ବନ୍ଦ ରଖିଥିଲେ। ତେବେ ଓଲଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝା ସୁଝା କରିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କଣ୍ଟାପଡ଼ା ତହସିଲଦାର ମିତାଞ୍ଜଳି ଦାଶ ଏବଂ କଣ୍ଟାପଡ଼ା ବିଇଓ ପ୍ରତାପ ପ୍ରଧାନ ମଧ୍ୟ ପହଞ୍ଚିଥିଲେ।‌ ଏସବୁ ସମସ୍ୟାର ସମାଧାନ ପାଇଁ ଏକ ମାସ ମହଲତ ନେଇଥିବା ସୂଚନା ମିଳିଛି।‌ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲେ ବି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.