ETV Bharat / state

୩୫ତମ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ, ଭାଗ ନେଲେ ୨୪ ଜିଲ୍ଲାରୁ ୯୧୨ ପ୍ରତିଯୋଗୀ

author img

By

Published : Jan 15, 2023, 10:35 AM IST

କଟକ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ୩୫ ତମ ରାଜ୍ୟ ଟାଇକୋଣ୍ଡ ଚାମ୍ପିୟନସିପ୍ ଆରମ୍ଭ ହୋଇଛି । ଏଥିରେ ୨୪ଟି ଜିଲ୍ଲାରୁ ୫୯୪ ପୁରୁଷ ଓ ୩୧୮ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ସ୍ଵର୍ଣ୍ଣ ପଦକ ବିଜେତାମାନେ ଜାତୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛି ରାଜ୍ୟ ଟାଇକୋଣ୍ଡ ସଙ୍ଘ । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ
ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ
ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ

କଟକ: ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି ୩୫ତମ ରାଜ୍ୟ ଟାଇକୋଣ୍ଡ ଚାମ୍ପିୟନସିପ୍ । ଏହି ଖେଳରେ ୨୪ଟି ଜିଲ୍ଲାରୁ ମୋଟ ୯୧୨ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ୫୯୪ ପୁରୁଷ ଓ ୩୧୮ ମହିଳା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଯେଉଁ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିବେ, ସେମାନେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛି ରାଜ୍ୟ ଟାଇକୋଣ୍ଡ ସଙ୍ଘ ।

ଆସନ୍ତା ଫେବୃଆରୀ ୩ ତାରିଖରୁ ବିଶାଖାପାଟଣାରେ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା ଖେଳାଯିବ । ଏହା ପୂର୍ବରୁ କଟକ ସ୍ଥିତ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ରାଜ୍ୟ ଟାଇକୋଣ୍ଡ ଚାମ୍ପିୟନସିପ୍ ଆରମ୍ଭ ହୋଇଛି । ତେବେ ରାଜ୍ୟର ଖେଳାଳିମାନେ ଟାଇକୋଣ୍ଡ କ୍ରୀଡାରେ ଜାତୀୟସ୍ତରରେ ଅନେକ ବର୍ଷ ଧରି ଭଲ ପ୍ରଦର୍ଶନ କରିବାରୁ ବିଫଳ ହେଉଛନ୍ତି । ତେଣୁ ଏହି ମେଗା ଆୟୋଜନ ତୃଣମୂଳସ୍ତରରୁ ଅନେକ ପ୍ରତିଭା ମଧ୍ୟ ଚୟନ କରିବ, ଯେଉଁମାନେ ଆଗମୀ ଦିନରେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିପାରିବେ ବୋଲି କହିଛି ରାଜ୍ୟ ଟାଇକୋଣ୍ଡ ସଙ୍ଘ ।

ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ ବେଶ ଫୋକସ କରୁଛନ୍ତି ରାଜ୍ୟ ସରକାର । ଯାହା ଫଳରେ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ତେବେ ଏହି କ୍ରମରେ ଟାଇକୋଣ୍ଡ ପ୍ରତି ଦୃଷ୍ଟି ଦେଲେ ହୁଏତ ଆଗାମୀ ଦିନରେ ଏହି କ୍ରୀଡାର ଲୋକପ୍ରିୟତା ଦୁଇଗୁଣା ହୋଇପାରନ୍ତା ବୋଲି ମତ ରଖିଛନ୍ତି ସଂଘର ସଭାପତି ଓ ସମ୍ପାଦକ । ତେବେ ଏହି ରାଜ୍ୟସ୍ତରୀୟ କ୍ରୀଡା ୩ ଦିନ ଧରି କଟକ ଇଣ୍ଡୋର ଷ୍ଟାଡିଅମରେ ଖେଳାଯିବ । ମ୍ୟାଚ ପାଇଁ ମନୋଜ କୁମାର ହରିୟାଣାରୁ TFI ପର୍ଯ୍ୟବେକ୍ଷକ ଭାବେ ଆସିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ଓଡିଶା ଟାଇକୋଣ୍ଡ ସଙ୍ଘର ସଭାପତି କୃଷ୍ଣଚନ୍ଦ୍ର ଦାସ, ସମ୍ପାଦକ ଶ୍ରୀକାନ୍ତ ପରିଡା, ଟେକ୍‌ନିକାଲ ନିର୍ଦ୍ଦେଶକ ଜୟକୃଷ୍ଣ ପରିଡା ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.