ETV Bharat / state

ନିଆଳିରେ ଫୁଟିବ କି ପଦ୍ମ, ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ - ରାଣୀଓଳା ପଞ୍ଚାୟତରେ ମିଶ୍ରଣ ପର୍ବ

BJD Worker Joins BJP: ୨୦୨୪ରେ ନିଆଳିରେ ପଦ୍ମ ଫୁଟାଇବା ପାଇଁ ଋଣ କୌଶଳ ଆରମ୍ଭ କରିଛି ବିଜେପି । ବିଜେଡି ଛାଡି ବିଜେପିରେ ମିଶିଲେ କର୍ମୀ । ଅଧିକ ପଢନ୍ତୁ

୨୦୨୪ରେ ବିଜେପି ସରକାର :ବିଜେପି
୨୦୨୪ରେ ବିଜେପି ସରକାର :ବିଜେପି
author img

By ETV Bharat Odisha Team

Published : Dec 17, 2023, 8:46 PM IST

Updated : Dec 17, 2023, 9:06 PM IST

୨୦୨୪ରେ ବିଜେପି ସରକାର :ବିଜେପି

ନିଆଳି: ନିଆଳିରେ ବିଜେପିର ମିଶ୍ରଣ ପର୍ବ । ବିଜେଡ଼ିକୁ ମାତ ଦେବା ପାଇଁ ବିଜେପି ଆରମ୍ଭ କଲାଣି ରଣକୌଶଳ । କଟକ ଜିଲ୍ଲା ପୂର୍ବ ଗୋବିନ୍ଦପୁର ଏବଂ ବର୍ତ୍ତମାନ ନିଆଳି ନିର୍ବାଚନ ମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ରହିଥିବାବେଳେ ବର୍ତ୍ତାମାନ ବିଜେଡି ଗଡରେ ପରିଣତ ହୋଇଛି । ୨୦୦୯ ମସିହାରୁ ଲଗାତର ଭାବରେ ବିଜେଡ଼ି ହାତରେ ରହିଛି । ୨୦୦୦ ମସିହାରୁ କେବଳ ଥରୁଟିଏ କଂଗ୍ରେସ ବିଜୟୀ ହୋଇଛି । ଏହାରି ଭିତରେ ବିଜେପି ଖାତା ଖୋଲି ପାରିନାହିଁ । ୨୦୨୪ରେ ନିଆଳିରେ ପଦ୍ମ ଫୁଟାଇବା ପାଇଁ ରଣକୌଶଳ ଆରମ୍ଭ କରିଛି ଦଳ । ଏଥିପାଇଁ କଟକ ଜିଲ୍ଲା ନିଆଳି ବ୍ଳକ ରାଣିଓଳା ପଞ୍ଚାୟତ ବରିଣଷ ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ବିଜେଡି ସରକାରଙ୍କୁ ବିଭିନ୍ନ ଯୋଜନାର ଛନ୍ଦିବା ସହିତ ଚିଟଫଣ୍ଡ ଠକେଇ କଥା ଉଠାଇ ଚାର୍ଗେଟ କରିଥିଲେ । ସେ କହିଥିଲେ,"ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳ ଯୋଜନା, ମାଗଣା ଚାଉଳ ଯୋଜନା, ଚାଷୀ ସମସ୍ୟା, ଜଳ ସେଚନ ସମସ୍ୟା, ଧାନ ମଣ୍ଡି ସମସ୍ୟା ଏମିତି ଅନେକ ସମସ୍ୟା ଛନ୍ଦି ହୋଇଛି ଓଡିଶା । ବିଜେଡି ହଟିବ ବିଜେପି ଆସିବ ଓଡିଶା ବିକଶିତ ହେବ ।"

ଏହା ମଧ୍ୟ ପଢନ୍ତୁ.....ସାଇବର କ୍ରାଇମର ଶିକାର ସୁବାସ ସିଂ, ଅଫିସିଆଲ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ନିଆଳିରେ ଏଥର କିପରି ବିଜେପି ଜିତିବ ସେଥିପାଇଁ ଗୁରୁମନ୍ତ୍ର ଦେଇଥିଲେ ଦଳୀୟ ନେତା । ନେତା ଓ କର୍ମୀ ନିଷ୍ଠାପର ସହିତ କାର୍ଯ୍ୟ କଲେ ନିଆଳିରେ ପଦ୍ମ ଫୁଟିବ ଏଥିରେ ସନ୍ଦେହ ନାହିଁ ବୋଲି ଆଲୋଚନା ହୋଇଥିଲା । ନିଆଳିରେ ଚାଲିଥିବା ଦୁର୍ନୀତି,ଅନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ଲଢୁଛି ଏବଂ ଲୋକଙ୍କ ସହିତ ରହିଛି ବିଜେପି ଦଳ ସହିତ ଲୋକଙ୍କ ରହିଛି ବୋଲି କହିଥିଲେ ଦଳୀୟ ନେତା । ରାଣୀଓଳା ପଞ୍ଚାୟତର ଜ୍ୟୋତି ରଞ୍ଜନ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ବିଭିନ୍ନ ଦଳରୁ ଆସି ଆଜି ବିଜେପି ଦଳରେ ସାମିଲ ନୂତନ ନେତା କର୍ମୀଙ୍କ ସ୍ୱାଗତ କରାଯାଇଥିଲା । ନିଆଳିରେ ନିଶ୍ଚୟ ପରିବର୍ତ୍ତନ ହେବ ବୋଲି କହିଛନ୍ତି ବିଜେପି ନେତା ।

ଏହି ମିଶ୍ରଣ ପର୍ବରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ସାଂସଦ ତଥା ବିଜେପି ନେତା ବିଭୁପ୍ରସାଦ ତରାଇ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା, ରାଜ୍ୟ ସମ୍ପାଦକ ଜତିନ ପଣ୍ଡା, ନିଆଳି ବିଜେପି ନେତା ଛବି ମଲ୍ଲିକ ଏବଂ ଅଭିମନ୍ୟୁ ମଲ୍ଲିକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

ଇଟିଭି ଭାରତ, ନିଆଳି

Last Updated : Dec 17, 2023, 9:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.