ETV Bharat / state

ଏସସିବି ସଂଯୋଗୀକରଣ ଉଚ୍ଛେଦ ପ୍ରସଙ୍ଗ: ଜମିପଟା ଦାବି କଲେ ବସ୍ତିବାସିନ୍ଦା - ଏସସିବି ସଂଯୋଗୀକରଣ ଉଚ୍ଛେଦ ପ୍ରସଙ୍ଗ

କଟକ ଏସସିବି ସଂଯୋଗୀକରଣ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ତେବେ ପୂର୍ବ ଉଚ୍ଛେଦର ଥଇଥାନ କରାଯାଇନଥିବା ବେଳେ ପୁଣି ଉଚ୍ଛେଦ ପ୍ରକ୍ରିୟାକୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

SCB medical eviction issue: slum dwellers demand land
ଏସସିବି ସଂଯୋଗୀକରଣ ଉଚ୍ଛେଦ ପ୍ରସଙ୍ଗ: ଜମିପଟା ଦାବି କଲେ ବସ୍ତିବାସୀନ୍ଦା
author img

By

Published : Nov 24, 2020, 3:01 PM IST

କଟକ: ଜିଲ୍ଲାର ବଡ ମେଡିକାଲ ଏସସିବିର ସଂଯୋଗୀକରଣ ପ୍ରକ୍ରିୟା ପାଇଁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ବସ୍ତି ବାସିନ୍ଦାକୁ ଏଯାବତ୍‌ ଗତ ଉଚ୍ଛେଦ ପ୍ରକ୍ରିୟାରେ ଥଇଥାନ କରାଯାଇନଥିବାରୁ ଜାରି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ବସ୍ତି ବାସିନ୍ଦା ବିରୋଧ କରିଛନ୍ତି ।

ଏସସିବି ସଂଯୋଗୀକରଣ ଉଚ୍ଛେଦ ପ୍ରସଙ୍ଗ: ଜମିପଟା ଦାବି କଲେ ବସ୍ତିବାସୀନ୍ଦା

ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଜମି ପଟା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାମାନେ ଆନ୍ଦୋଳନ କରିଛନ୍ତି । ଗତ ଉଚ୍ଛେଦ ପ୍ରକ୍ରିୟାରେ ଏଯାବତ୍‌ ସଠିକ ସ୍ଥାନରେ ଥଇଥାନ ହୋଇପାରିନାହିଁ । ହେଲେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ସରକାର ଗରିବ ଓ ଖଟିଖିଆ ମଜୁରିଆଙ୍କ ସଂପର୍କରେ ଚିନ୍ତା କରୁନାହାନ୍ତି ବୋଲି ଲୋକମାନେ ଦାବି କରିଛନ୍ତି ।

ଉଚ୍ଛେଦ ପ୍ରକ୍ରିୟାରେ ସେମାନଙ୍କ ଘରଦ୍ବାର ଭଙ୍ଗାଯାଉଥିବାରୁ ସେମାନେ କେଉଁ ସ୍ଥାନକୁ ଯିବେ ବୋଲି ବସ୍ତିବାସିନ୍ଦା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଶୀଘ୍ର ଏହି ଦିଗ ପ୍ରତି ଧ୍ୟାନ ଦେବାକୁ ବସ୍ତି ବାସିନ୍ଦାର ମିଳିତ ମଞ୍ଚ ଦାବି କରିଥିବା ସୂଚନା ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.