ETV Bharat / state

ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଆବିର୍ଭାବ - ମା କଟକ ଚଣ୍ଡୀ

ପୂଜା ମଣ୍ଡପରେ ବିରାଜିତ ହୋଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା । ବିଲ୍ବାଧିବାସ ପରେ ହୋଇଛି ମା’ଙ୍କ ଷଷ୍ଠୀ ପୂଜା । ସେପଟେ ମା’ଙ୍କ ପୀଠରେ ମଧ୍ୟ ରାତ୍ରିରୁ ଆରମ୍ଭ ହେବ ସପ୍ତମୀ ପୂଜା । ଅଧିକ ପଢ଼ନ୍ତୁ...

ମା’ ଦୁର୍ଗତିନାଶିନୀଙ୍କ ଆବିର୍ଭାବ
author img

By

Published : Oct 4, 2019, 7:17 PM IST

କଟକ: ହୋଇ ସାରିଛି ମା’ ଜଗତ ଜନନୀଙ୍କର ଆବିର୍ଭାବ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି କଟକ ସହର । ମାଆଙ୍କ ଆଗମନରେ ବାଉନ ବଜାର ତେପନ ଗଳି ହୋଇ ଉଠିଛି ଚଳଚଞ୍ଚଳ । ଶୁକ୍ରବାର ଠାରୁ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେ ମା କଟକ ଚଣ୍ଡୀଙ୍କ ପୀଠରେ ବିଳମ୍ବିତ ରାତିରେ ଆରମ୍ଭ ହେବ ସପ୍ତମୀ ପୂଜା ।

ମା’ ଦୁର୍ଗତିନାଶିନୀଙ୍କ ଆବିର୍ଭାବ

ବେଲବରଣୀ ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସମସ୍ତ ରୀତିନୀତିରେ କରାଯାଉଛି ମା’ଙ୍କ ଆରାଧନା । ଏହି ପୂଜାରେ ମା’ଙ୍କ ବିଲ୍ଵାଧିବାସ ହୋଇଥାଏ । ଯେଉଁଥିରେ ବେଲ ଗଛର ଗୋଟିଏ ଶାଖାରେ ଫଳିଥିବା 2ଟି ବେଲକୁ ଛେଦନ କରି ନଦୀରେ କଳସାଧିବାସ କରାଯାଏ । ଆଉ ତାପରେ ମାଆ ଜଗଦମ୍ବାଙ୍କୁ ଆବାହନ କରାଯାଇଥାଏ ।

ଅନ୍ୟପଟେ ଶକ୍ତିପୀଠରେ ମାଆ ଚଣ୍ଡୀଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ । ଶୁକ୍ରବାର ମଧ୍ୟରାତିରେ ଏହି ପୂଜା ଆରମ୍ଭ ହେବ। ଷୋଡ଼ଶ ଉପଚାର ପୂଜାରେ ଯେଉଁ ପୂଜା ପଦ୍ଧତି ରହିଥାଏ ସେହି ଅନୁସାରେ ମା’ଙ୍କୁ ଆଜି ପୂଜାର୍ଚ୍ଚନା କରାଯିବ । ତେବେ ସପ୍ତମୀ ଉପଲକ୍ଷେ ମା କଟକ ଚଣ୍ଡୀ ବଗଳା ମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ମା’ ଗଡ଼ଚଣ୍ଡୀ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି।

ପୀଠ ଓ ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଲାଗୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ମା’ଙ୍କ ଦର୍ଶନ ପାଇଲେ ଜନ୍ମଜନ୍ମାନ୍ତର ପାପ କ୍ଷୟ ହୁଏ, ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ କରନ୍ତି ଭକ୍ତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କମ୍ପୁଛି ସିଲଭରସିଟି । କାରଣ ମାଆ ଜଗତ ଜନନୀ ଙ୍କ ଆବିର୍ଭବ ହୋଇସାରିଛି । ବାଉନ ବଜାର ଟେପନ ଗଳି ରେ ମାଆ ଙ୍କ ଆଗମନ କୁ ନେଇ ସମସ୍ତେ ବେଶ ଉତ୍ସାହିତ । ତେବେ ଆଜିଠୁ ସବୁ ପୂଜା ମଣ୍ଡପ ରେ ଷଷ୍ଠୀ ପୂଜା ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କ ଶକ୍ତି ପୀଠରେ ସପ୍ତମୀ ପୂଜା ବିଳମ୍ବିତ ରାତି ରେ ଅନୁଷ୍ଠିତ ହେବ । ଯାହାକୁ ଦେଖିବା ପାଇଁ ପ୍ରତି ଭକ୍ତ ବ୍ୟାକୁଳ ।

Body:ଭିଓ୧: ସବୁ ପୂଜା ମଣ୍ଡପ ରେ ଆରମ୍ଭ ହୋଇଛି ଷଷ୍ଠୀ ପୂଜା । ଆଜିଠୁ ମା ଙ୍କ ପୂଜା ଅର୍ଚ୍ଚନା କାମ ଆରମ୍ଭ ହୋଇଛି । ସମସ୍ତ ରୀତି ନୀତି ରେ ଏହି ପୂଜା ଆରମ୍ଭ ହୋଇଛି । ଏହି ପୂଜା ରେ ମାଅ ଙ୍କ ବିଲ୍ଵଧିବାସ ହୋଇଥାଏ । ଯେଉଁଥିରେ ବେଲ ଗଛର ଗୋଟିଏ ଶାଖା ରେ ଫଳିଥିବା 2 ଟି ବେଲକୁ ଛେଦନ କରି ନଦୀ ରେ କଳସାଧିବାସ କାରାଯାଏ । ଆଉ ତା ପରେ ମାଆ ଜଗଦମ୍ବାଙ୍କୁ ଆମନ୍ତ୍ରଣ କରାଯାଇଥାଏ ।

ବାଇଟ: ଭାଗବତ ଆଚାର୍ଯ୍ୟ(ମଣ୍ଡପ ବ୍ରାହ୍ମଣ )

ଭିଓ୨: ଅନ୍ୟପଟେ ଶକ୍ତି ପୀଠ ରେ ମାଆ ଚଣ୍ଡୀ ଙ୍କର ସପ୍ତମୀ ପୂଜା ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟ ରେ । ଆଜି ମଧ୍ୟ ରାତି ରେ ଏହି ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୁଜା ରେ ଯେଉଁ ପୂଜା ପଦ୍ଧତି ରହିଥାଏ ସେହି ଅନୁସାରେ ମାଆ ଙ୍କୁ ଆଜି ପୂଜା ଅର୍ଚ୍ଚନା କରାଯିବ ତେବେ ଆଜି ସପ୍ତମୀ ଉପଲକ୍ଷେ ମା କଟକ ଚଣ୍ଡୀ ବଗଳା ମୁଖୀ ବେଶ ହୋଇଥିବା ବେଳେ ଗଡ଼ ଚଣ୍ଡୀ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି ମା ଜଗତ ଜନନୀ ।

ବାଇଟ: ମନୋଜ ପଣ୍ଡା( କଟକ ଚଣ୍ଡୀ ମୁଖ୍ୟ ପୂଜକ)

Conclusion:ଫାଭିଓ: ତେବେ ଆଜିଠୁ କଟକ ସହର ରେ ଲାଗିଲାଣି ଭିଡ଼ । ଟିକେ ମାଆ ର ଦର୍ଶନ ମିଳିଗଲେ ସାତ ଜନ୍ମ ର ପାପ ମାଟି ରେ ମିଶିଥାଏ ବୋଲି ବିଶ୍ୱାସ ରହିଛି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.