ETV Bharat / state

କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ - ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ

ଘର ଭିତରୁ ସାବତ ମାଆ ଓ କୁନିପୁଅର ମୃତଦେହ ମିଳିବା ଘଟଣା । ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ । ଅଧିକ ପଢନ୍ତୁ

କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା
କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା
author img

By

Published : Jan 17, 2023, 10:16 AM IST

କଟକ: ଭଡା ଘର ଭିତରୁ ସାବତ ମାଆ ଓ ୨ ବର୍ଷର କୁନିପୁଅର ମୃତଦେହ ମିଳିବା ଘଟଣା । ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ । ପୋଲିସ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି । ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସେ ଗିରଫ ହୋଇଛନ୍ତି । ଗତକାଲି(ସୋମବାର) ଶିଳ୍ପୀ ଓ ଶିଶୁପୁତ୍ରର ମୃତଦେହ ଉଦ୍ଧାର ପରେ ମହିଳାଙ୍କ ପରିବାର ଲୋକେ ସନ୍ତୋଷଙ୍କୁ ଏଥିପାଇଁ ଦାୟୀ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତାକାଲି କଟକ ଶ୍ରୀରାମ ନଗର ଅଞ୍ଚଳରେ ଏକ ଭଡା ଘରୁ ଦୁଇ ବର୍ଷର ପୁଅ ଓ ଶିଳ୍ପୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମହିଳା ପ୍ରଥମେ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ମୃତ ଶିଶୁଟି ମହିଳାଙ୍କର ସାବତ ପୁଅ ଥିଲା । ଏହି ଘଟଣା ପାଇଁ ମହିଳାଙ୍କ ପରିବାର ଲୋକେ ତାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଦାୟୀ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, "ଅନେକ ସମୟରେ ସନ୍ତୋଷ ଶିଳ୍ପୀଙ୍କୁ ନିର୍ଯାତନା ଦେଉଥିଲେ । ତାଙ୍କୁ ମାରପିଟ୍ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।"

ଏହାମଧ୍ୟ ପଢନ୍ତୁ: ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ମହିଳା, ହ୍ୱାଟ୍ସଆପ୍‌ରେ ଭଉଣୀକୁ ଲେଖିଲେ ସରି ଦିଦି ମମି ପାପା ତତେ ଲାଗିଲେ

ଅନ୍ୟପଟେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । କେଉଁ ପରିସ୍ଥିତିରେ ମହିଳା ନିଜର ସାବତ ପୁଅକୁ ମାରି ଆତ୍ମହତ୍ୟା କଲେ ଏବଂ ଏହି ଘଟଣା ପଛରେ ଆଉ କଣ କାରଣ ରହିଛି, ତାହାର ତଦନ୍ତ କରାଯାଉଛି । ତେବେ ଯାହା ସୂଚନା ମିଳିଛି, ସନ୍ତୋଷ ନିଜକୁ ଜଣେ ଇଞ୍ଜିନିୟର କହି ଶିଳ୍ପୀଙ୍କୁ ବିବାହ କରିଥିଲେ । ଶିଳ୍ପୀ ମଧ୍ୟ ମେକାନିକାଲ ଇଞ୍ଜିନିୟର ଥିଲେ । ହେଲେ ସନ୍ତୋଷ କୌଣସି ଚାକିରି କରିନଥିଲେ । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ଶିଳ୍ପୀଙ୍କ ସହ ଦ୍ବିତୀୟ ବିବାହ କରିଥିଲେ । ଚାକିରି ନଥିବାରୁ ସନ୍ତୋଷ ପ୍ରାୟତଃ ସବୁବେଳେ ନିଜର ଶ୍ବଶୁର ଘରେ ରହୁଥିଲା । ଏହାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ଶିଳ୍ପୀଙ୍କ ବାପାଙ୍କ ଦେହ ଅସୁସ୍ଥ ହେବା ପରେ ସେମାନେ ଶ୍ରୀରାମ ନଗର ଅଞ୍ଚଳରେ ଏକ ଭଡା ଘର ନେଇ ରହୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.