ETV Bharat / state

ବିବାହ ପରଠୁ ଲାଗି ରହିଥିଲା କଳହ, ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଶିଳ୍ପୀ - ମାନସିକ ନିର୍ଯ୍ୟାତନା

ଘର ଭିତରୁ ସାବତ ମାଆ ଓ କୁନିପୁଅର ମୃତଦେହ ମିଳିବା ଘଟଣା । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଶିଳ୍ପୀ । ଅଧିକ ପଢନ୍ତୁ

shilpi death case
shilpi death case
author img

By

Published : Jan 17, 2023, 7:19 PM IST

shilpi death case

କଟକ: ଭଡା ଘରୁ ଦୁଇ ବର୍ଷର ଶିଶୁ ପୁତ୍ର ଏବଂ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୂପାଟଣା ଥାନା ପୋଲିସ । ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ପତ୍ନୀ ଙ୍କୁ ମାନସିକ ନିର୍ଯ୍ୟାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥଲେ ।

ଅନ୍ୟପଟେ ଏହି ଘଟଣା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସନ୍ତୋଷ ଙ୍କ ସାନ ଭାଇ। ତାଙ୍କ ଭାଇ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ବିନା ଦୋଷରେ ପୋଲିସ ଗିରଫ କରିଛି। ଏଥିସହ ଭାଉଜ ଭାଇଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ସନ୍ତୋଷ ଙ୍କ ସାନ ଭାଇ। ବିବାହ ପରେ ସବୁବେଳେ ବାପ ଘରେ ରହୁଥିଲେ। ଭାଇ ଙ୍କୁ ଶିଳ୍ପୀ ପୂର୍ବରୁ ମାଡ଼ ମଧ୍ୟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ସବୁଠାରୁ ବଡ କଥା ହେଉଛି ଭାଉଜ, ନିଜର ସାବତ ପୁଅ କୁ ହତ୍ୟା କରିବା ଏବଂ ନିଜେ ଆତ୍ମହତ୍ୟା କରିବା ପଛରେ ଅନେକ କାରଣ ରହିଥିବା ଦିଅର ଅଭିଯୋଗ କରିଛି । ଭାଇର ବିବାହ ପୂର୍ବରୁ ଭାଉଜ ଘର ଲୋକ ୬ ଲକ୍ଷ ଟଙ୍କା ଧାର ନେଇଥିଲେ ବୋଲି ସଙ୍ଗୀନ ଅଭିଯୋଗ କରିଛି ଦିଅର। କେବଳ ସେତିକି ନୁହେଁ ଭାଉଜଙ୍କ ପରିବାର ରେ କାହାର ପୁତ୍ର ସନ୍ତାନ ନ ଥିବାରୁ ସାବତ ପୁଅ ଉପରେ ସମସ୍ତଙ୍କ ନଜର ରହିଥିଲା। ଏନେଇ ଭାଉଜ ଏବଂ ସେମାନଙ୍କ ପରିବାର ଲୋକ ଅନେକ ଥର ଧମକ ଚମକ ଦେଇଥିଲେ। ଏପରିକି ଭାଉଜ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ନେଇ ଦିଅର ଅଭିଯୋଗ କରିଛି।

ଅନ୍ୟପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଶିଳ୍ପୀଙ୍କ ବାପା। ଜ୍ବାଇଁ ଦୀର୍ଘ ୯ ମାସ ଧରି ଶ୍ବଶୂର ଘରେ ରହୁଥିଲା। ହେଲେ ସବୁବେଳେ ଝିଅ କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିଲା। ଯେଉଁ କାରଣରୁ ଝିଅ ମାନସିକ ଭାରସାମ୍ୟ ହରାଇ ଏଭଳି ନିଷ୍ପତ୍ତି ନେଲା। ସେ ତାର ସାବତ ପୁଅକୁ ନିଜଠୁ ବି ବହୁତ ଭଲ ପାଉଥିଲା। ସେଥିପାଇଁ ଉଭୟ ମରିବା ପରେ ଏକାଠି ରହିବେ ବୋଲି ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛି। ସେହିପରି ବିବାହ ପୂର୍ବରୁ ଟଙ୍କା ଧାର ନେବା କଥା ମିଛ ବୋଲି ଶିଳ୍ପୀଙ୍କ ବାପା କହିଛନ୍ତି। ତେବେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା କଟକ ଡିସିପି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତାକାଲି କଟକ ଶ୍ରୀରାମ ନଗର ଅଞ୍ଚଳରେ ଏକ ଭଡା ଘରୁ ଦୁଇ ବର୍ଷର ପୁଅ ଓ ଶିଳ୍ପୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମହିଳା ପ୍ରଥମେ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ମୃତ ଶିଶୁଟି ମହିଳାଙ୍କର ସାବତ ପୁଅ ଥିଲା । ଏହି ଘଟଣା ପାଇଁ ମହିଳାଙ୍କ ପରିବାର ଲୋକେ ତାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଦାୟୀ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, "ଅନେକ ସମୟରେ ସନ୍ତୋଷ ଶିଳ୍ପୀଙ୍କୁ ନିର୍ଯାତନା ଦେଉଥିଲେ । ତାଙ୍କୁ ମାରପିଟ୍ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.