ETV Bharat / state

ଶୂନ୍ୟ ମୃତ୍ୟୁ ସପ୍ତାହରେ ଗଡ଼ିଲାଣି 70 ମୁଣ୍ଡ: ହାତ ଟେକିଦେଲା ପରିବହନ ବିଭାଗ !

author img

By ETV Bharat Odisha Team

Published : Dec 8, 2023, 2:45 PM IST

Road accidents in zero death week: ଶୂନ୍ୟ ମୃତ୍ୟୁ ସପ୍ତାହରେ କମୁନି ସଡ଼କ ଦୁର୍ଘଟଣା । ୭ ଦିନରେ ଗଡ଼ିଲାଣି ୭୦ ମୁଣ୍ଡ । ଅଙ୍କୁଶ ଲଗାଇବାରେ ପରିବହନ ବିଭାଗ ଫେଲ୍ ! ଅଧିକ ପଢ଼ନ୍ତୁ,

ବଢୁଛି ସଡକ ଦୁର୍ଘଟଣା, ହାତ ଟେକିଦେଲା ପରିବହନ ବିଭାଗ
ବଢୁଛି ସଡକ ଦୁର୍ଘଟଣା, ହାତ ଟେକିଦେଲା ପରିବହନ ବିଭାଗ

ଶୂନ୍ୟ ମୃତ୍ୟୁ ସପ୍ତାହରେ ଗଡ଼ିଲାଣି 70 ମୁଣ୍ଡ: ହାତ ଟେକିଦେଲା ପରିବହନ ବିଭାଗ !

କଟକ: ବଢୁଛି ସଡ଼କ ଦୁର୍ଘଟଣା । ଶୂନ୍ୟ ମୃତୁ ସପ୍ତାହରେ ଦୈନିକ ହାରାହାରି ୧୦ ଜଣଙ୍କର ଦୁର୍ଘଟଣାରେ ମୃତୁ ଘଟୁଛି। ଗତ ୭ ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କର କେବଳ ସଡ଼କ ଦୁର୍ଘଟଣାରେ ମୃତୁ ଘଟିଥିବା ଜଣା ପଡ଼ିଛି। ଯାହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ଥିବା ବେଳେ, ଏଥିରେ ଅଙ୍କୁଶ ଲଗାଇବାରେ ପରିବହନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ପାଟ୍ରୋଲିଂ ଏବଂ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ ସତ୍ତ୍ବେ ନିୟନ୍ତ୍ରଣ ହୋଇପାରୁନାହିଁ ସଡ଼କ ଦୁର୍ଘଟଣା।

ଗତ ୭ ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀଙ୍କ କହିବା ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ହଜାରରୁ ଅଧିକ ଯୋଜନା କରାଯାଇଥିଲା। ଅର୍ଥାତ ସଡ଼କ ଦୁର୍ଘଟଣା ରୋକିବା କୁ ଅନେକ ବ୍ୟବସ୍ଥା ହୋଇଛି। ମାତ୍ର ଦୁର୍ଘଟଣା ହାରକୁ ରୋକିବା ସମ୍ଭବ ହୋଇପାରୁ ନାହିଁ । ସେହିପରି ଗତ ୫ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୪ ହଜାର ୮ ଶହ ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତୁ ଘଟିଛି। ତେବେ ଏହା ରୋକିବା ପାଇଁ ଅନେକ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। ମାତ୍ର ଏହା ସଫଳ ହୋଇପାରୁ ନଥିବା କହିଛନ୍ତି ଅତିରିକ୍ତ କମିଶନର। ତେବେ ଲୋକ ମାନେ ସଚେତନ ନ ରହିବାରୁ ମୃତ୍ୟୁ ଘଟୁଥିବା ସେ କହିଛନ୍ତି। ବେପାରୁଆ ଡ୍ରାଇଭିଂ ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନାକୁ ସେ ଦାୟୀ କରିଛନ୍ତି। ସେହିପରି ବିଭାଗ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯାଉଛି। ମଦ୍ୟପଙ୍କୁ ସାବାଡ଼ କରିବାକୁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଫାଇନ ମଧ୍ୟ କଟାଯାଉଛି। ଅନେକ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଏହା ସତ୍ତ୍ୱେ ନିୟନ୍ତ୍ରଣ ହୋଇପାରୁନାହିଁ ସଡ଼କ ଦୁର୍ଘଟଣା ।

ଡିସେମ୍ବର ମାସ ପ୍ରଥମ ସପ୍ତାହକୁ ଶୂନ ସଡ଼କ ଦୃର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି। ଏନେଇ ସମଗ୍ର ରାଜ୍ୟର ଏକ ସ୍ବତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛି ରାଜ୍ୟ ପରିବହନ ପ୍ରାଧିକରଣ- ଏସଟିଏ । କିନ୍ତୁ ଏହି ଶୂନ ସଡ଼କ ଦୃର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ମଧ୍ୟରେ ରାଜ୍ୟ ସାରା ପ୍ରତିଦିନ ଜାରି ରହିଛି ସିରିଜ୍ ଦୁର୍ଘଟଣା। ପ୍ରଥମ ତିନି ଦିନରେ ଦୁର୍ଘଟଣାରେ ଅନ୍ୟୁନ ୩୨ ଜଣଙ୍କ ଜୀବନ ଯାଇଛି। ସପ୍ତାହର ପ୍ରଥମ ଦିନରେ ୨୦, ଦ୍ବିତୀୟ ଦିନରେ ୬ ସହ ବେସରକାରୀ ଭାବେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ଶୂନ ସଡ଼କ ଦୃର୍ଘଟଣା ମୃତ୍ୟୁ ସପ୍ତାହ ପାଳନ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛି । ସେପଟେ ଲୋକେ ସଚେତନ ନହେଲେ ସଡ଼କ ଦୁର୍ଘଟଘଣାଜନିତ ମୃତ୍ୟୁକୁ ରୋକିବା ଅସମ୍ଭବ ବୋଲି କହି ଏସଟିଏ ହାତ ଟେକି ଦେଇଥିବା ଅଭିଯୋଗ ହେଉଛି ।

ବେପରୁଆ ଭାବେ, ନିଶା ସେବନ କରି ଓ ଅତ୍ୟଧିକ ବେଗରେ ଗାଡ଼ି ଚଳନା କରିବା ହିଁ ସଡ଼କ ଦୁର୍ଘଘଣାର ପ୍ରମୁଖ କାରଣ । କିନ୍ତୁ ଖିଲାପିକାରୀମାନେ ଫାଇନ ଭଳି କାର୍ଯ୍ୟାନୁଷ୍ଠାନକୁ ଭୃକ୍ଷେପ କରୁନଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ସେଥିପାଇଁ ଲୋକେ ନିଜେ ସଚେତନ ହେଲେ ହିଁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକା ଯାଇ ପାରିବ ବୋଲି କହିଛି ଏସଟିଏ । ତେବେ ଲୋକମାନେ ଏଥିପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଛି ଏସଟିଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.