ETV Bharat / state

ସଫଳ ହେବ ମୁକ୍ତା ଯୋଜନା, କାର୍ଯ୍ୟକ୍ଷମ ନେଇ ଚୂଡାନ୍ତ ପ୍ରସ୍ତୁତି - କଟକରେ ମୁକ୍ତା ଯୋଜନା ପାଇଁ ସମୀକ୍ଷା ବୌଠକ

କଟକ ସହରରେ ଗୃହ ନଗର ଉନ୍ନୟନ ବିଭାଗର ମୁକ୍ତା ଯୋଜନାର ବ୍ୟାପକ ବିକାଶ ପାଇଁ ଆରମ୍ଭ ହୋଇଛି ସମୀକ୍ଷା । ଅଧିକ ପଢନ୍ତୁ

mukta scheme
mukta scheme
author img

By

Published : Mar 10, 2023, 4:51 PM IST

ସଫଳ ହେବ ମୁକ୍ତା ଯୋଜନା

କଟକ : ଗୃହ ନଗର ଉନ୍ନୟନ ବିଭାଗର ମୁକ୍ତା ଯୋଜନା ସଫଳ ହେବ । କଟକ ସହରରେ ଏହି ଯୋଜନାର ବ୍ୟାପକ ବିକାଶ ପାଇଁ ଆରମ୍ଭ ହୋଇଛି ସମୀକ୍ଷା । ସମସ୍ତ କର୍ପୋରେଟର ଓ କମିଶନରଙ୍କ ଉପସ୍ଥିତିରେ କଟକରେ ଏହାର କାର୍ଯ୍ୟକ୍ଷମ କିପରି ହେବ ଏନେଇ ଆଜି ସହିଦ ଭବନରେ ଏକ ଆଲୋଚନା ଅନୁଷ୍ଠିତ ହୋଇଛି। ବିଶେଷକରି ଜଳ ନିଷ୍କାସନ, ସ୍ୱରେଜ କାର୍ଯ୍ୟ, ପରିମଳ, ବର୍ଷା ଜଳ ସଂରକ୍ଷଣ, ଜଳାଶୟର ଉନ୍ନତି ଓ ନବୀକରଣ, ଉଭୟ ସରକାରୀ ଓ ବେସରକାରୀ ଖେଳ ପଡିଆର ବିକାଶ ଇତ୍ୟାଦି ଏହି ଯୋଜନା ର ପରିସର ଭୁକ୍ତ କରାଯାଇଛି ।

ଏଥିସହ ସହରର 50 ଟି ଜଳାଶୟ ବା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । କଟକ ସହରରେ 59 ଟି ୱାର୍ଡ ରେ 50 ଟି ପୋଖରୀର ଉନ୍ନତିକରଣ ହେବା ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରକ୍ରିୟା । ଏହି ଚିହ୍ନଟ ପ୍ରକ୍ରିୟାରେ ଉଭୟ ସରକାରୀ ଓ ବେସରକାରୀ ପୋଖରୀ ଅନ୍ତର୍ଭୁକ୍ତ ରହିବ । ଏସଏସଜି ଗ୍ରୁପ ଏହି ଯୋଜନା ମାଧ୍ୟମରେ ଲାଭବାନ ହୋଇ ପାରିବେ । ଏହା ବ୍ୟତୀତ ଡ୍ରେନେଜ ସଫା, କାନ୍ଥ, ପାର୍କରେ ଚିତ୍ରକଳା କରିବା ଆଦି ମଧ୍ୟ ଏହି ମୁକ୍ତା ଯୋଜନାର ଅଂଶ ବିଶେଷ ।

ଏହା ମଧ୍ୟ ପଢନ୍ତୁ- Assembly Updates: ଗୃହରେ ନବ ଝଡ ଜାରି, ପୁଣି 20 ମିନିଟ ଗୃହ ମୁଲତବୀ

କଟକ ସହରରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବାର ମୂଳ ଲକ୍ଷ୍ୟ ହେଉଛି କି ୱାର୍ଡରୁ ୱାର୍ଡ ଯେପରି ନୂଆ ଦେଖାଯିବ । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରଯାଇଛି । ଅନ୍ୟପଟେ ଏହି ମୁକ୍ତା ଯୋଜନାର ଆରମ୍ଭକୁ ନେଇ ମନରେ ଖୁସି ସଞ୍ଚାର ହୋଇଥିବା ବେଳେ ଏହା ସଫଳତାର ସହ କାର୍ଯ୍ୟକ୍ଷମ ହେବା ଏବେ ବି ପ୍ରଶ୍ନ ଘେରରେ ବୋଲି କହିଛନ୍ତି କର୍ପୋରେଟର । ବିଗତ ଦିନରେ ଅନେକ ଯୋଜନା କଟକ ମହାନଗର ନିଗମର ଅନ୍ତର୍ଭୁକ୍ତ ହୋଇଛି । ସେଥି ମଧ୍ୟରୁ କେତେ ସଫଳ ହୋଇଥିବା ବେଳେ କେତେକ ବିଫଳ ହୋଇଛି ତାହା ଲୋକ ଜାଣିଛନ୍ତି । ତେଣୁ ଏହି ମୁକ୍ତା ଯୋଜନା ସଫଳ ଆଶା ଏବେ ବି ପ୍ରଶ୍ନ ଘେରରେ ବୋଲି କହିଛନ୍ତି ବିରୋଧୀ ଦଳ କର୍ପୋରେଟର । ତେବେ ଗତକାଲି ବସିଥିବା କାଉନସିଲ ବୈଠକରେ ମୁକ୍ତା ଯୋଜନା ଆରମ୍ଭ ସମର୍କରେ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.