କଟକ: ରିଚାର୍ଜ ବ୍ୟବସାୟ ନାଁରେ ଅନେକଙ୍କୁ ଠକିଥିବା ଅଭିଯୁକ୍ତକୁ ସଦର ପୋଲିସ ଗିରଫ କରିଛି। କଟକ ସଦର ଅଞ୍ଚଳରେ ନିଜର ନେଟୱାର୍କ ବିଛାଇ ରିଚାର୍ଜ ବ୍ୟବସାୟ ନାଁରେ ଯୁବକ ଜଣକ ଅନେକଙ୍କୁ ଠକିଛି।
ଖବର ଥାଉକି, ଏସଏମପିଏଲ ନାମକ କମ୍ପାନୀର ଫ୍ରାନଚାଇଜ ନେଇ ଯୁବକ ଜଣକ ବହୁ ସଂଖ୍ୟାରେ ଏଜେଣ୍ଟ ନିଯୁକ୍ତ କରିଥିଲା। ସେମାନଙ୍କ ମାଧମରେ ଭଲ କମିଶନ ଦେଇ ଅଧିକରୁ ଅଧିକ ଏଜେଣ୍ଟ ସୃଷ୍ଟି କରିଥିଲା।
ତେବେ ବଜାରରୁ ଟଙ୍କା ଉଠାଇବା ପରେ ନିଜର ଏକ ସ୍କିମରେ ମନି ସରକୁଲେସନ ଆରମ୍ଭ କରିଥିଲା। ପରେ ଏସଏନପିଏଲ ଫ୍ରାନଚାଇଜ କାଢି ନେବାରୁ ବଜାରରୁ ଉଠାଇଥିବା ଟଙ୍କା ଆଉ ଫେରାଇ ପାରି ନ ଥିଲେ ଅଭିଯୁକ୍ତ ।
ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାକୁ ଗିରଫ କରିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ