ETV Bharat / state

ବୋରୱେଲରୁ କେମିତି ଉଦ୍ଧାର ହେଲା ଶିଶୁକନ୍ୟା ? ଅପରେସନ ବିଷୟରେ କହିଲେ ଅଗ୍ନିଶମ ଡିଜି

Fire DG on Rescue Operation: ସମ୍ବଲପୁରର ଲାରିପାଲି ଗ୍ରାମରେ ବୋରୱେଲ ଭିତରେ ଫସି ରହିଥିବା ନବଜାତ ଉଦ୍ଧାର ହୋଇଛି । ଶିଶୁର ଉଦ୍ଧାର ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଡିଜି ଡ଼ଃ ସୁଧାଂଶୁ ଷଡଙ୍ଗୀ। ଜାଣନ୍ତୁ କିପରି ଉଦ୍ଧାର ହେଲା ଶିଶୁ...

ଉଦ୍ଧାର ହେଲା ନବଜାତ
reaction of fire DG
author img

By ETV Bharat Odisha Team

Published : Dec 13, 2023, 8:36 PM IST

reaction of fire DG

କଟକ: ବୋରୱେଲ ଭିତରୁ ନବଜାତ ଶିଶୁ ଉଦ୍ଧାର ପ୍ରସଙ୍ଗ । ସମ୍ବଲପୁରର ଲାରିପାଲି ଗ୍ରାମରେ ବୋରୱେଲ ଭିତରେ ଫସି ରହିଥିଲା ନବଜାତ । ଶିଶୁର ଉଦ୍ଧାର ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଡିଜି ଡ଼ଃ ସୁଧାଂଶୁ ଷଡଙ୍ଗୀ। ଏହା ଅଗ୍ନିଶମ ବିଭାଗ ପାଇଁ କେତେ ଚାଲେଞ୍ଜ ରହିଥିଲା ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଡିଜି । କିପରି ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଏବଂ ପୁରା ଅପରେସନ କିପରି ଥିଲା ସେନେଇ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଗ୍ନିଶମ ଡିଜି ଡଃ ସୁଧାଂଶୁ ଷଢଙ୍ଗୀ କହିଛନ୍ତି,"ମଙ୍ଗଳବାର ଅପରାହ୍ନ ପ୍ରାୟ ୨ ଟା ୩୦ରେ ରେଙ୍ଗାଲୀ ଅଗ୍ନିଶମ ବିଭାଗକୁ ବୋରୱେଲରେ ଶିଶୁ ଫସି ରହିଥିବା ନେଇ ତଥ୍ୟ ମିଳିଥିଲା। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଏହି ରେସ୍କ୍ୟୁ କାର୍ଯ୍ୟରେ ବାହାରିପଡ଼ିଥିଲେ। ଅପରାହ୍ନ ପ୍ରାୟ ୨ ଟା ୪୬ ମିନିଟରେ ଘଟଣାସ୍ଥଳରେ ଟିମ୍ ପହଞ୍ଚି ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।"

ସେ ଆହୁରି ମଧ୍ୟ କହିଛନ୍ତି, "ଶିଶୁଟି ଜୀବିତ ଥିବାରୁ ତାହାର ଉଦ୍ଧାର କରିବା ପାଇଁ କର୍ମଚାରୀମାନେ ଆପ୍ରାଣ ଉଦ୍ୟମ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଶିଶୁ ପାଖକୁ ଅମ୍ଳଜାନ ଯୋଗାଣ କରାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମର ସାହାଯ୍ୟରେ ଶିଶୁଟିକୁ ଏହି ଅମ୍ଳଜାନ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପାଇପ୍ କାଟିବା ପାଇଁ ଯୋଜନା କରାଯାଇଥିଲା । ପାଇପଟି ପାଖାପାଖି ୧୭ ଫୁଟ ଥିଲା। ତେବେ ୧୫ ଫୁଟ ପର୍ଯ୍ୟନ୍ତ ଖୋଲିବା ପାଇଁ ଯୋଜନା କରାଯାଇଥିଲା।ପାଇପର ଚତୁର୍ପାଶ୍ବରେ ୪ ଫୁଟ ଯାଏଁ ଖୋଳାଯାଇଥିଲା। ଶିଶୁର ସୁରକ୍ଷା ପାଇଁ ହାତରେ ଏହି ଖୋଳା କାର୍ଯ୍ୟ କରାଯାଇଥିଲା। ଲୋକେସନ କ୍ୟାମେରା ସାହାଯ୍ୟରେ ଶିଶୁର ତଥ୍ୟ ନେବାର ଆବଶ୍ୟକତା ରହିଥିବାରୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ସାହାଯ୍ୟରେ ଏହା ଅଣାଯାଇଥିଲା ।"

ଏହା ବି ପଢନ୍ତୁ...ବୋରୱେଲ ଭିତରେ ନବଜାତ; ଶୁଭୁଛି କ୍ରନ୍ଦନ ସ୍ବର, ପ୍ରସବ ପରେ ମା’ ଫିଙ୍ଗିଥିବା ଅଭିଯୋଗ

"ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ଏହି କ୍ୟାମେରାର ସାହାଯ୍ୟ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଶିଶୁଟି ଅଟକି ଥିବା ସ୍ଥାନରେ ଏକ ସପୋର୍ଟ ଦିଆଯାଇଥିଲା। ପାଇପ କାଟି ଏହି ପ୍ଲେଟ ରଖାଯାଇଥିଲା। ଯଦି ଶିଶୁଟି ଖସି ପଡେ ତେବେ ଏହି ପ୍ଲେଟରେ ସୁରକ୍ଷିତ ଭାବରେ ଅଟକି ରହିପାରିବ ବୋଲି ଏହି ନିଷ୍ପତ୍ତି ନିଆଯାଇଥିଲା ।" ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଅପରେସନରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ଼ଃ ଷଡଙ୍ଗୀ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.