ETV Bharat / state

ବାଲିଘାଟକୁ ନେଇ ବିବାଦ, ଧାରଣାରେ ବସିଲେ ସରପଞ୍ଚ

author img

By

Published : May 11, 2023, 2:18 PM IST

ଝାରପଡ଼ା ବ୍ରିଜ ସରକାରୀ ବାଲିଘାଟକୁ ନେଇ ଧାରଣାରେ ବସିଲେ ସରପଞ୍ଚ । ଘଟଣାର ସମାଧାନ କଲା ଗୋବିନ୍ଦପୁର ପୋଲିସ । ଅଧିକ ପଢନ୍ତୁ

Controversy over Baligha
Controversy over Baligha
Controversy over Baligha

ନିଆଳି: ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ବିଭିନ୍ନ ନଦୀର ବାଲିକୁ ଟେଣ୍ଡର ମାଧ୍ୟମରେ ବାଲିଘାଟ ନିଲାମି ଦେଉଛନ୍ତି । କିନ୍ତୁ କେତେକ ସ୍ଥାନରେ ବାଲିଘାଟକୁ ନେଇ ବିରୋଧ ଏବଂ ପ୍ରତିବାଦ ଦେଖିବାକୁ ମିଳୁଛି । କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଝାରପଡ଼ା ପଞ୍ଚାୟତରରୁ ଏବେ ଏପରି ଘଟଣା ସାମ୍ନାକୁ ଆସିଛି । କନ୍ଦଳ ନଦୀ ଝାରପଡ଼ା ବ୍ରିଜ ସରକାରୀ ବାଲିଘାଟକୁ ନେଇ ବିବାଦ ଉପୁଜିଛି ।

ଏହି ବାଲିଘାଟ ଗଡ ଶ୍ରୀରାମପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ନାମରେ ରହିଥିବା ବେଳେ ଏହାକୁ ବେଆଇନ ଦର୍ଶାଇ ବିରୋଧ କରୁଛନ୍ତି ଝାରପଡ଼ା ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ଲୋକେ । ବାଲି ଗାଡ଼ିକୁ ଅଟକ ରଖି ପ୍ରତିବାଦ କରିବା ସହିତ ଝାରପଡ଼ା ବ୍ରିଜ ନିକଟରେ ଧାରଣାରେ ବସିଥିଲେ ସରପଞ୍ଚ ଓ ତାଙ୍କ ସମର୍ଥକ । ସୁରକ୍ଷା ଦୃଷ୍ଟିକୋଣରୁ ଘଟଣାସ୍ଥଳରେ ଗୋବିନ୍ଦପୁର ଥାନା ପୋଲିସ ପହଞ୍ଚିଥିଲେ। ଝାରପଡ଼ା ସରପଞ୍ଚଙ୍କ ଅଭିଯୋଗ କରିଛନ୍ତି ଯେ,''କଣ୍ଟାପଡ଼ା ତହସିଲ ପକ୍ଷରୁ ବାଲିଘାଟ ବଡ କରମଙ୍ଗା ନିଲାମି ଦିଆଯାଇଥିବା ବେଳେ ଜୋରଜବରଦସ୍ତ ଝାରପଡ଼ା ଅଞ୍ଚଳରୁ ବାଲି ଉଠାଯାଉଛି । ଏ ସମ୍ପର୍କରେ କଣ୍ଟାପଡ଼ା ତହସିଲଦାରଙ୍କୁ ଜଣାଇଥିଲେ ସୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା କାହିଁକି ସାଜିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସରପଞ୍ଚ। ''

ସେପଟେ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସାନ ଭାଇ ରାଜେନ୍ଦ୍ର ପାତ୍ର କହିଛନ୍ତି ଯେ, ସରକାରୀ ସ୍ବୀକୃତି ପ୍ରାପ୍ତ ବାଲିଘାଟ କିନ୍ତୁ ସ୍ଥାନୀୟ ସରପଞ୍ଚ ୫୦ ପ୍ରତିଶତ ମାଗୁଛନ୍ତି । ନ ଦେବାରୁ ବାଲି ଗାଡି ବନ୍ଦ କରୁଛନ୍ତି । କୌଣସି ବେଆଇନ ଘାଟ ନୁହେଁ ସବୁ ସରକାରୀ ନିୟମ ଅନୁସାରେ କାଗଜପତ୍ର ଏବଂ ଓ୍ଵାଇଫର୍ମ ମଧ୍ୟ କଣ୍ଟାପଡ଼ା ତହସିଲ ପକ୍ଷରୁ ମିଳିଛି । ବାଲିଘାଟ ବଡ କରମଙ୍ଗା ଝାରପଡ଼ା ରାସ୍ତା ଦେଇ ଯାଉଛି। ପୂର୍ବରୁ ଏହି ବାଲିଘାଟ ଅଲଗା ଲୋକେ ନିଲାମ ନେଇଥିଲେ । ଚଳିତବର୍ଷ ମୋ ଭାଇ ନାଁରେ ଏହି ବାଲିଘାଟ ରହିଛି । କିନ୍ତୁ ସରପଞ୍ଚ ଆମକୁ ୫୦ ପ୍ରତିଶତ ମାଗୁଛନ୍ତି ନଦେବାରୁ ବିବାଦ ସୃଷ୍ଟି କରୁଛନ୍ତି । ଏ ସମ୍ପର୍କରେ ଥାନା, ତହସିଲଦାର ଏବଂ ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ଜଣାଇଛୁ। ''

ଏ ସମ୍ପର୍କରେ କଣ୍ଟାପଡ଼ା ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା । ଏଠାରେ ପ୍ରଶ୍ନ ଉଠୁଛି କିଏ କହୁଛି ସତ, ସରପଞ୍ଚ ନା ବାଲିଘାଟ ନିଲାମ ନେଇଥିବା ପୂର୍ଣ୍ଣଚନ୍ଦ୍ରଙ୍କ ଭାଇ । ସେପଟେ ଘଟଣାସ୍ଥଳରେ ଗୋବିନ୍ଦପୁର ଆଇଆଇସି ବାଲିଘାଟର ସମସ୍ତ କାଗଜପତ୍ର ଦେଖାଇଲା ପରେ ବିରୋଧ କରୁଥିବା ଗୋଷ୍ଠୀ ସ୍ଥାନ ଛାଡି ପଳାଇଥିଲେ ।‌ ଦେବୀ ଓ କନ୍ଦଳ ନଦୀର ବିଭିନ୍ନ ସ୍ଥାନରେ ବାଲିଘାଟ ନିଲାମ ଦିଆଯାଇଛି ଏବଂ ଦିନରାତି ବାଲି ବୁହା ଚାଲିଛି । ତେବେ ଏହି ବାଲିଘାଟକୁ ବିରୋଧ କରିବା ପଛରେ କଣ ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇପାରିନି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.