କଟକ: ସିଏମସିରେ ସ୍ବଚ୍ଛ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତି । ମହାନଗର ନିଗମ ସମେତ ଆଠଗଡ଼, ବାଙ୍କୀ ଚୌଦ୍ୱାରରେ ମଧ୍ୟ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା 24 ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ କିଭଳି ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ମହାନଗର ନିଗମରେ ରହିଛି ମୋଟ 449 ବୁଥ ରହିଛି । ଏହାରି ମଧ୍ୟରେ ସମ୍ବେଦନଶୀଳ ବୁଥ ମଧ୍ୟ ରହିଛି । ତେବେ ସୁରକ୍ଷା ଦୃଷ୍ଟି କୋଣରୁ ବୁଥ ସୁରକ୍ଷା , ମତଦାତା ଓ ପୋଲିଂ ଅଫିସର ମାନଙ୍କ ସୁରକ୍ଷା, ନିର୍ବାଚନ ସମୟରେ ଅବକାରୀ ବିକ୍ରୟ ଦିଗ ଉପରେ ଫୋକସ ସମ୍ପର୍କରର ଆଜି ବୈଠକରେ ଆଲୋଚନା କରାଯାଇଛି ।
ତେବେ ମୋଟାମୋଟି ଭାବରେ ପୌର ନିର୍ବାଚନ ପାଇଁ କଟକ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଆସନ୍ତା ୨୪ ତାରିଖରେ ମତଦାନ ହେବ । ଏଥିସହ ୨୬ ତାରିଖରେ ହେବ ଭୋଟ ଗଣତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ