ETV Bharat / state

ରାତି ପାହିଲେ ପ୍ରଥମାଷ୍ଟମୀ: ବଡ ଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ଭାର - ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଭାର

ରାତି ପାହିଲେ ପଢୁଆଁ ହେବେ ବଡଠାକୁର । ଏଥିପାଇଁ ଆଜି(ଶୁକ୍ରବାର) ମାମୁଁ ଘର ମାଧବାନନ୍ଦଜୀଉରୁ ଆସି ପହଞ୍ଚିଛି ପଢୁଆଁ ଭାର। ଅଧିକ ପଢନ୍ତୁ

ରାତି ପାହିଲେ ପ୍ରଥମାଷ୍ଟମୀ: ବଡ ଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ଭାର
ରାତି ପାହିଲେ ପ୍ରଥମାଷ୍ଟମୀ: ବଡ ଠାକୁରଙ୍କ ପାଇଁ ମାମୁଁଘରୁ ଆସିଲା ଭାର
author img

By

Published : Nov 26, 2021, 12:03 PM IST

Updated : Nov 26, 2021, 8:19 PM IST

ନିଆଳି/ ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ । ପଢୁଆଁ ହେବେ ବଡଠାକୁର । ଏଥିପାଇଁ ଆଜି(ଶୁକ୍ରବାର) ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଛି ପଢୁଆଁ ଭାର। ବଡଠାକୁର ଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ମା' ସୁଭଦ୍ରା ଆସନ୍ତାକାଲି ପଢୁଆଁ ହେବେ । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ ସବୁକିଛି କାନ୍ଧେଇ ନେଉଛନ୍ତି ସେବାୟତ । ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉ ପକ୍ଷରୁ ପଢୁଆଁ କରାଯାଇଥାଏ । ଏବେ ବିକାଶ ପରିଷଦ ମଧ୍ୟ ପଢୁଆଁ ଭାର ପାଇଁ ସହଯୋଗର ହାତ ବଢ଼ାଇଛି ।

ରାତି ପାହିଲେ ପ୍ରଥମାଷ୍ଟମୀ: ବଡ ଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ଭାର

ମାମୁଁ ଘର ମାଧବାନନ୍ଦଜୀଉ ଟ୍ରଷ୍ଟ ଓ ବିକାଶ ପରିଷଦ ତରଫରୁ ଖଣ୍ଡୁଆପାଟ, ବିରି, ଅରୁଆ ଚାଉଳ, ନଡ଼ିଆ, ଘିଅ, ଭୋଗ, କଦଳୀ ଓ ତୁଳସୀ ପତ୍ର ଧରି ୩୬ ନିଯୋଗ କାନ୍ଧରେ ଧରି ଆଜି ଭଣଜା ନିକଟକୁ ବାହାରିଛନ୍ତି । ଶନିବାର ଖଣ୍ଡୁଆପାଟ ପିନ୍ଧି ପଢୁଆଁ ହେବେ 3 ଠାକୁର । ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନରେ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସେବକ ଓ ଭକ୍ତ ମାନେ ବାହାରିଥିଲେ ।

ପତାକା ଓ ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଏହି ପଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦିଆଯାଇଥିଲା । ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ପଢ଼ୁଆଁ ଭାର ଆସୁଥିଲା । ତେବେ କେତେକ ସମସ୍ୟା ଯୋଗୁଁ ଏହା ଆସିପରି ନଥିଲା । ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଛନ୍ତି ।

ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନଥିବା ସ୍ପଷ୍ଟୀକରଣ ଦିଆଯାଇଛି । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଏହି ପଢ଼ୁଆଁ ପରମ୍ପରା ଓ ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁଁ ଘର ବୋଲି କିଛି ଉଲେଖ ନାହିଁ । ଏଣୁ, ଭକ୍ତ ମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 26, 2021, 8:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.