ETV Bharat / state

ଆଠଗଡ଼ ସମବାୟ ସମିତିରେ ଋଣ ଜାଲିଆତି ଘଟଣା, ୬ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Aug 23, 2021, 1:19 PM IST

ଆଠଗଡ଼ ସମବାୟ ସମିତି ଋଣ ଜାଲିଆତି ଘଟଣାରେ ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କଲା ଗୁରୁଡିଝାଟିଆ ପୋଲିସ । ଅଧିକ ପଢନ୍ତୁ...

ଆଠଗଡ଼ ସମବାୟ ସମିତିରେ ଋଣ ଜାଲିଆତି ଘଟଣା, ୬ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ଆଠଗଡ଼ ସମବାୟ ସମିତି ଋଣ ଜାଲିଆତି ଘଟଣା । ଚାଷୀଙ୍କ ଋଣ ଟଙ୍କା ହଡପ କରିଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ଗୁରୁଡିଝାଟିଆ ପୋଲିସ । ଗିରଫଙ୍କ ମଧ୍ୟରେ ସୋସାଇଟର ପିଅନ, ସେକ୍ରେଟେରୀ, ଆସିଷ୍ଟାଣ୍ଡ ସେକ୍ରେଟେରୀଙ୍କ ସହ ଆଠଗଡ କେନ୍ଦ୍ର ସମବାୟ ବ୍ୟାଙ୍କର କ୍ୟାସିୟର, ସୁପରଭାଇଜର, କ୍ଲର୍କ ଥିବା ସୂଚନା ଦେଇଛନ୍ତି ଚୌଦ୍ବାର ଏସଡିପିଓ ସତ୍ୟବ୍ରତ ଲେଙ୍କା ।

ଏହି ୬ଜଣ ଶହଶହ ଚାଷୀଙ୍କ ନାଁରେ ସମବାୟ ସମିତିରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଋଣ କରି ହଡପ୍ କରିଥିବା ନେଇ ଗୁରୁଡୁଝାଟିଆ ଥାନାରେ ହୋଇଥିଲା ଏତଲା । ଦୀର୍ଘଦିନ ଧରି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଷୀମାନେ ଆଠଗଡରେ ବିଭିନ୍ନ ଆନ୍ଦୋଳନ କରିବା ସହ ରାଜ୍ୟ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଏହି ୬ଜଣଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ସହ ଠକେଇ ଓ ସରକାରୀ କାଗଜପତ୍ର ଜାଲିଆତି କରିବା ଭଳି ଦଫା ଲାଗିଛି ବୋଲି ସୂଚନା ଦେଇଛନ୍ତି ଏସଡିପିଓ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.