ETV Bharat / state

ବାଦାମବାଡ଼ି ବସଷ୍ଟାଣ୍ଡରେ ଦାଦା ବଟି ଆଦାୟ ଅଭିଯୋଗ, ମୁଖ୍ୟ ଦୁର୍ବୃତ୍ତ ସମେତ 7 ଗିରଫ

author img

By

Published : Sep 15, 2020, 7:51 PM IST

ପୋଲିସ କବଜାରେ ଦାଦା ବଟି ଆଦାୟ କରୁଥିବା ଗ୍ୟାଙ୍ଗ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବେଧଡ଼କ ଦାଦା ବଟି ଆଦାୟ କରୁଥିଲା 7 ସଦସ୍ୟ ବିଶିଷ୍ଟ ଏକ ଗ୍ୟାଙ୍ଗ । ଅଧିକ ପଢନ୍ତୁ....

ବାଦାମବାଡ଼ି ବସଷ୍ଟାଣ୍ଡରେ ଦାଦା ବଟି ଆଦାୟ ଅଭିଯୋଗ, ମୁଖ୍ୟ ଦୁର୍ବୃତ୍ତ ସମେତ 7 ଗିରଫ
ବାଦାମବାଡ଼ି ବସଷ୍ଟାଣ୍ଡରେ ଦାଦା ବଟି ଆଦାୟ ଅଭିଯୋଗ, ମୁଖ୍ୟ ଦୁର୍ବୃତ୍ତ ସମେତ 7 ଗିରଫ

କଟକ: ପୋଲିସ କବଜାରେ ଦାଦା ବଟି ଆଦାୟ କରୁଥିବା ଗ୍ୟାଙ୍ଗ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବେଧଡ଼କ ଦାଦା ବଟି ଆଦାୟ କରୁଥିଲା 7 ସଦସ୍ୟ ବିଶିଷ୍ଟ ଏକ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଉଭୟ ବସ କର୍ତ୍ତୃପକ୍ଷ ଓ ଯାତ୍ରୀମାନଙ୍କୁ ହଇରାଣ କରୁଥିଲେ । ଯାହାର ମୁଖ୍ୟ ଥିଲେ ଅନୀଲ ନାୟକ ।

ଏହି ଗ୍ୟାଙ୍ଗ ରୀତିମତ ବସ ଷ୍ଟାଣ୍ଡକୁ କରିଥିଲେ କବଜା । ସୋମବାର ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଯାହାକୁ ଆଧାର କରି ଉକ୍ତ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ସମୟରେ ସେମାନଙ୍କଠୁ ନଗଦ 9840 ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ପୂର୍ବରୁ ବାଦାମବାଡ଼ି ଥାନାରେ ଏମାନଙ୍କ ନାଁରେ ରହିଛି ଅନେକ ମାମଲା । ତେବେ ଆଜି ପୋଲିସ ଏହି ଗ୍ୟାଙ୍ଗଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.