ETV Bharat / state

ଗୁଡି ଉପରେ କଟକଣା ଲାଗୁ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

author img

By

Published : Jan 4, 2023, 10:03 AM IST

ପ୍ରତ୍ୟେକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି । ଗୁଡି ଉପରେ କଟକଣା ଲାଗୁ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ

ଗୁଡି ଉପରେ କଟକଣା ଲାଗୁ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ଗୁଡି ଉପରେ କଟକଣା ଲାଗୁ କରିବାକୁ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ବିଶେଷକରି ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୁତାର ପ୍ରସ୍ତୁତି, ବିକ୍ରୀ ଓ ଗୁଡ଼ି ଉଡା ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବ, ପୋଲିସ ଡିଜି, ଡିସିପି ଏବଂ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ପଡ଼ୁଥିବାରୁ ଏହି ଅବସରରେ ଗୁଡି ଉଡାଇବାର ପରମ୍ପରା ରହିଛି।

ପ୍ରତ୍ୟେକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି । ବିଶେଷକରି ମାଞ୍ଜା ସୂତା ବ୍ୟବହାର କାରଣରୁ ଅନେକ ଲୋକଙ୍କ ବେକ କଟି ପ୍ରାଣ ଚାଲି ଯାଉଛି। କଟକ ସହରରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କ ଜୀବନ ଯାଇଛି। ଅନେକ ଲୋକ ଏହା ଦ୍ୱାରା ଗୁରୁତ୍ୱର ଆହତ ମଧ୍ୟ ହେଉଛନ୍ତି । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଗୁଡି ଉଡା ଉପରେ କଟକଣା ଯଦିଓ ଲାଗୁ କରାଯାଇଥିଲା ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହି ଯାଇଛି । ଅନେକ ବ୍ୟକ୍ତି ଏହି ନିୟମକୁ ଉଲ୍ଲଘଂନ କରି ମାଞ୍ଜା ସୂତାରେ ଗୁଡି ଉଡାଉଛନ୍ତି । ଅନେକ ଦୋକାନ ବଜାରରରେ ଏହି ମାଞ୍ଜା ସୂତାରେ ତିଆରି ଗୁଡି ମଧ୍ୟ ବିକ୍ରୟ ହେଉଛି । ଫଳରେ ଆଗକୁ ଆହୁରି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ତେବେ ମାଞ୍ଜା ସୂତା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ବ୍ୟାନ କରାଯିବା ଆବଶ୍ୟକତା ରହିଛି । ଏପରିକି ଯେଉଁ ମାନେ ତିଆରି କରିବେ, କିମ୍ବା ବିକ୍ରୟ କରିବେ ଏବଂ ବ୍ୟବହାର କରିବେ ସେମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.