କଟକ: ଆସନ୍ତାକାଲି ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ । ତେବେ ମହାମାରୀ କୋରୋନା ଯୋଗୁଁ ଚଳିତ ଥର କେତକ କଟକଣା ଜାରି କରାଯାଇଛି । ଏହି ଅବସରରେ କଟକର ବାରବାଟୀ ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ କରାଯିବ । କୋରୋନାକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମକୁ ସାଧାରଣ ଦର୍ଶକଙ୍କୁ ବାରଣ କରାଯାଇଛି ।
ପ୍ରତ୍ୟକ ବର୍ଷ ଷ୍ଟାଡିଅମରେ ପରେଡ଼ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳୁଥିବା ବେଳେ ଚଳିତବର୍ଷ କୋରୋନା ପାଇଁ ଏହି କଟକଣା ଜାରି କରାଯାଇଛି । ଷ୍ଟାଡିୟମରେ ଆସନ୍ତାକାଲି ୨ ପ୍ଲାଟୁନ ପୋଲିସ ପରେଡ଼ କରିବେ । ସେମାନଙ୍କର କୋଭିଡ ଟେଷ୍ଟ କରାଯାଇଛି। ସେହିପରି ସହରରେ ଆସନ୍ତାକାଲି ଦିନ ୧୧ ଟା ପର୍ଯ୍ୟନ୍ତ ଲକଡାଉନ କଟକଣା କୋହଳ କରାଯିବ । ତେବେ ସହରର ପ୍ରତି ଗଳି କନ୍ଦିରେ ସୁରକ୍ଷାକର୍ମୀ ମୁତୟନ କରାଯିବ । ଏନେଇ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା କଟକ ଡିସିପି କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ