ETV Bharat / state

Padmapur By Poll Resust: ବିଜେଡିର ସମୀକ୍ଷା ନେଇ ବର୍ଷିଲା ବିଜେପି, ନିଜ ଦଳ ଉପରେ ଗର୍ଜିଲେ ମୋକିମ

author img

By

Published : Dec 7, 2022, 8:49 PM IST

ପଦ୍ମପୁର ଉପନିର୍ବାଚନ (Padmapur By Poll Resust)କୁ ନେଇ ଆଜି ବିଜେଡିର ମାନସ ମନ୍ଥନ ଉପରେ ମୁହଁ ଖୋଲିଛି ବିଜେପି । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ପଦ୍ମପୁରରେ ପ୍ରସଙ୍ଗ ଭିତ୍ତିକ ଲଢେଇ ହେଉଥିଲା । ଅଧିକ ପଢନ୍ତୁ

Padmapur By Poll Resust: ବିଜେଡିର ସମୀକ୍ଷା ନେଇ ବର୍ଷିଲା ବିଜେପି,   ନିଜ ଦଳ ଉପରେ ଗର୍ଜିଲେ ମୋକିମ
Padmapur By Poll Resust: ବିଜେଡିର ସମୀକ୍ଷା ନେଇ ବର୍ଷିଲା ବିଜେପି, ନିଜ ଦଳ ଉପରେ ଗର୍ଜିଲେ ମୋକିମ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur By Poll Resust) କୁ ନେଇ ଆଜି ବିଜେଡିର ମାନସ ମନ୍ଥନ ଉପରେ ମୁହଁ ଖୋଲିଛି ବିଜେପି । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ପଦ୍ମପୁରରେ ପ୍ରସଙ୍ଗ ଭିତ୍ତିକ ଲଢେଇ ହେଉଥିଲା । ପଦ୍ମପୁରବାସୀଙ୍କୁ ବିଜେଡି ସରକାର ବାରମ୍ବାର ଠକି ଆସିଛନ୍ତି । ଲୋକେ ଆଉ ବିଶ୍ବାସ କରୁନାହାଁନ୍ତି । ଶାସକ ଦଳର ସବୁ ଗର୍ବ ଅହଙ୍କାର ଭାଙ୍ଗିଛି ।

ବିଧାୟକ ମୋହନ ମାଝୀ କହିଛନ୍ତି, ଭୋଟ ହାର ବୃଦ୍ଧି ହୋଇଛି । ଏହା ବିଜେପି ସପକ୍ଷରେ ଯିବ । ଭୋଟର ହାର ବଢିଲେ ଏହା ସରକାର ବିରୋଧରେ ଯାଇଥାଏ । ଏହା ଅଧିକାଂଶ ସମୟରେ ପ୍ରମାଣିତ ହୋଇଛି । ପଦ୍ମପୁରରେ ଗୋଟେ ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ହେଉଥିଲା । ରାଜ୍ୟ ସରକାରଙ୍କ ବିକାଶର ପ୍ରତିଫଳନ ଏବଂ ବିଜେପି ପକ୍ଷରୁ ଲଢେଇ ହେଉଥିଲା । ରାଜ୍ୟ ସରକାର ଏବେ ପ୍ରତିଶୃତି ଦେଲେ । କିନ୍ତୁ 22 ବର୍ଷ ଧରି ଶାସନରେ ଅଛନ୍ତି ପଦ୍ମପୁରକୁ ଗୁରୁତ୍ଵ ଦେଲେ ନାହିଁ କି ସେ ଅଞ୍ଚଳ କୁ ଗସ୍ତ କଲେନାହିଁ । ଚାଷୀ ସମସ୍ୟା ଉପରେ ବି ଗୁରୁତ୍ଵ ଦେଲେ ନାହିଁ । ଯେବେ ରାଜ୍ୟ ସରକାର ଘୋଷଣା କଲେ ଇନପୁଟ ସବସିଡି ଦେବା ପାଇଁ ଚାଷୀମାନେ ଧାରଣାରୁ ଉଠିବା କଥା ହେଲେ ଚାଷୀ ଉଠିଲେ ନାହିଁ । ଚାଷୀମାନଙ୍କୁ ଧୋକା ଦେଇଛନ୍ତି ସରକାର । ତାର ପ୍ରତିଫଳନ ସ୍ଵରୂପ ସେଠାରେ ଏକ ପରିବର୍ତ୍ତନର ଆହ୍ୱାନ ହେଉଛି ।

ଯେଉଥିପାଇଁ ଭୋଟ ହାର ବଢିଛି । ଏହା ବିଜେପି ସପକ୍ଷରେ ଯିବ । ଦଳ ସେଠି ବିଜୟ ଲାଭ କରିବ । ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡିର ମାନସ ମନ୍ଥନ ଉପରେ ମୋହନ କହିଛନ୍ତି ଧାମନଗର ଉପନିର୍ବାଚନରେ ବିଜେଡି ଶୋଚନୀୟ ଭାବେ ପରାସ୍ତ ହେଲା । ପଦ୍ମପୁର ସିଟକୁ ବଞ୍ଚାଇବା ପାଇଁ ଯେ କୌଣସି ପରିସ୍ଥିତିରେ ଜିତିବା ସେମାନଙ୍କର ଲକ୍ଷ୍ୟ ଥିଲା । ଗ୍ରାଉଣ୍ଡ ଜିରୋରେ ବିଜେଡିର ନେତାମାନେ ଯେଉଁଭଳି ଭାବରେ ସମସ୍ୟାର ସମ୍ମୁଖୀନ ହେଲେ ଭୋଟର ମାନଙ୍କ ସହିତ ସେଥିରେ ବିଜେଡି ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ସେଥିପାଇଁ ଆଜି ସମୀକ୍ଷା ବୈଠକ ନବୀନ ନିବାସରେ ହୋଇଛି । ନବୀନ ବାବୁ କୌଣସି ନିର୍ବାଚନରେ ନଗଲେ ବି ଜିତିବାର ଯେଉଁ ଆସ୍ଫାଳନ ଥିଲା ସେ ଗର୍ବ ଫାଟିଯାଇଛି । ନବୀନ ବାବୁ ନଗଲେ ବିଜେଡି ଜିତି ପାରିବ ନାହିଁ ଏ ପ୍ରକାର ଭୟଭୀତ ବିଜେଡିରେ ଥିଲେ ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନକୁ ନେଇ ହାତ ଟେକି ଦେବା ପରେ ଦଳ ଉପରେ ପୁଣି ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ମହମ୍ମଦ ମୋକିମ । ‘‘ମହମ୍ମଦ ମୋକିମ କହିଛନ୍ତି କଂଗ୍ରେସ ଦଳ ନିର୍ବାଚନକୁ ଗୁରୁତ୍ୱ ଦେଉନାହିଁ । ଏପରିକି ଦଳ ବିଜୟ ପାଇଁ ପ୍ରୟାସ କରୁନଥିବା ସେ ଅଭିଯୋଗ କରିଛନ୍ତି । ପଦ୍ମପୁରରେ ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ ଲଢେଇ ହେଉଥିବା ମୋକିମ କହିଛନ୍ତି । ତେବେ ଆସନ୍ତାକାଲି ଫଳ ପ୍ରକାଶ ପାଇବା ପରେ ଏନେଇ ସ୍ପଷ୍ଟ ହୋଇଯିବ ।’’

ମୋକିମ ନିର୍ବାଚନ ପ୍ରଚାର କରି ନାହାନ୍ତି । ଦଳ ତାଙ୍କୁ ପ୍ରଚାର କରିବାକୁ କୌଣସି ନିର୍ଦ୍ଦେଶ ଦେଇନାହିଁ । କିମ୍ବା ପ୍ରଚାରରେ ସାମିଲ ହେବାକୁ କହିନାହିଁ । ଠିକଣା ସମୟରେ ସେନେଇ ସେ ପ୍ରତିକ୍ରିୟା ରଖିବେ ବୋଲି ମୋକିମ ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କୁ କଂଗ୍ରେସ ଅଣଦେଖା କରିଛି କି ନାହିଁ ସେନେଇ ସେ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଜିତିବା ପାଇଁ ଯାହା କରିବା କଥା ତାହା କରିନାହିଁ । ଫଳରେ ରେସରେ ନଥିବା ମୋକିମ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଆସନ୍ତାକାଲି ବିଜେପିର ପଲା ଭାରି ରହିବ ବୋଲି ମୋକିମ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.