କଟକ: ଥମୁନି ଓଟିଇଟି ବିବାଦ । ନ୍ୟାୟ ପାଇଁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଟିଇଟି ପରୀକ୍ଷାର୍ଥୀ। ଶତାଧିକ ପରୀକ୍ଷାର୍ଥୀ ଆଜି (ମଙ୍ଗଳବାର) ବୋର୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଓଟିଇଟି ପରୀକ୍ଷାରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ଅନେକ ପରୀକ୍ଷାର୍ଥୀ ବିଫଳ ହୋଇଛନ୍ତି । ସେହିପରି ପରୀକ୍ଷାର୍ଥୀ ମାନଙ୍କୁ କୌଣସି ଗ୍ରେସ ମାର୍କ ପ୍ରଦାନ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ପ୍ରଶ୍ନପତ୍ର ଅନୁବାଦରେ ଯେଉଁ ତ୍ରୁଟି ଥିଲା ସେଥିପାଇଁ ଗ୍ରେସମାର୍କ ଦିଆଯାଇଛି । ଅଭିଜ୍ଞ କମିଟି ଦ୍ବାରା ଯାଞ୍ଚ କରାଯାଇଛି । ତେବେ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଭଲ ରେଜଲ୍ଟ ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ