କଟକ: ଜିଲ୍ଲା ନିଶ୍ଚିନ୍ତ କୋଇଲି ଜନାର୍ଦ୍ଦନପୁର ଗାଁରେ ଅଘଟଣ । ଜନାର୍ଦନପୁର ଗାଁ ନିକଟସ୍ଥ ଚିତ୍ରୋତ୍ପଳା ନଦୀରେ ଆଜି(ଗୁରୁବାର) ଗାଧୋଉଥିବା ବେଳେ 3 ନାବାଳକ ସାଙ୍ଗ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଘଟିଛି ।
ତେବେ ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିବା ବେଳେ ତୃତୀୟ ଜଣକ ନିଖୋଜ ଥିଲେ । କିଛି ସମୟ ସ୍ଥାନୀୟ ଅଗ୍ନିଶମ ବିଭାଗର ଖୋଜାଖୋଜି ପରେ ନିଖୋଜ ପିଲାଟିର ମୃତଦେହ ମିଳିଥିଲା ।
ମୃତ ନାବାଳକ ଜଣକର ନାଁ ରୁଦ୍ରପ୍ରସାଦ ସାମଲ ବୋଲି ଜଣା ପଡିଛି । ସେ ମାମୁଁ ଘରକୁ ବିବାହ ଭୋଜିରେ ଯୋଗଦେବା ପାଇଁ ଆସିଥିବା ବେଳେ ମାମୁଁ ଘରର ଅନ୍ୟ ସମ୍ପର୍କୀୟ ଭାଇଙ୍କ ସହ ନଦୀକୁ ଆସି ଗାଧୋଉ ଥିବାବେଳେ ଗୋଡ ଖସି ଯାଇଥିଲା । ତେବେ ନିଖୋଜ ନାବାଳକର ଘର କେନ୍ଦୁପଟଣା ଅଞ୍ଚଳରେ ବୋଲି ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ