ETV Bharat / state

ରାଜଘାଟ ଭଳି ଦିଶିବ ମଧୁବାବୁଙ୍କ ସମାଧିସ୍ଥଳ, କୋଟିଏ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲା CMC

ରାଜଘାଟ ଭଳି ଦିଶିବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିସ୍ଥଳ । ମଧୁବାବୁଙ୍କ ମୃତ୍ୟୁର ୮୯ ଵର୍ଷ ପରେ ପ୍ରଶାସନର ନିଦ ଭାଙ୍ଗିଛି । ଏଥିଲାଗି ୧କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କଟକ ମେୟର ସୁବାସ ସିଂ । ଅଧିକ ପଢନ୍ତୁ

Madhusudan Das
Madhusudan Das
author img

By

Published : Feb 4, 2023, 5:52 PM IST

Updated : Feb 4, 2023, 10:30 PM IST

ରାଜଘାଟ ଭଳି ଦିଶିବ ମଧୁବାବୁଙ୍କ ସମାଧିସ୍ଥଳ, କୋଟିଏ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲା CMC

କଟକ: ନୂଆ ରୂପ ପାଇବ ଗୋରାକବର ଶ୍ମଶାନ । ମଧୁବାବୁଙ୍କ ମୃତ୍ୟୁର ୮୯ ଵର୍ଷ ପରେ ତାଙ୍କ ଶେଷ ଆଶ୍ରୟସ୍ଥଳକୁ ପର୍ଯ୍ୟଟନ ସ୍ଥଳୀ ଭଳି ଗଢି ତୋଳିବା ପାଇଁ ପଦକ୍ଷେପ ନେଲା ପ୍ରଶାସନ । କଟକ ତୁଳସୀପୁରସ୍ଥିତ ଗୋରାକଵରରେ ଥିବା ମଧୁବାବୁଙ୍କ ସମାଧିପୀଠକୁ ରାଜଘାଟ ଭଳି ଏକ ସ୍ମୃତି ସ୍ଥଳ ଭାବରେ ନଜର ଆସିବ। ଵହୁ ଦାଵି ଓ ଆନ୍ଦୋଳନ ପରେ ଆଜି ମଧୁବାବୁଙ୍କ ମହାପ୍ରୟାଣ ଦିଵସରେ କୋଟିଏ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛି କଟକ ମହାନଗର ନିଗମ । ଯାହାକୁ ନେଇ ସବୁ ଦିଗରୁ ଛୁଟିଛି ଶୁଭେଚ୍ଛାର ସୁଅ।

ଦୀର୍ଘ ୮୮ ଵର୍ଷ ଅଣଦେଖା ହେଇ ପଡି ରହିଥିଲା ଉତ୍କଳ ଗୌରଵ ମଧୁଵାଵୁଙ୍କ ସମାଧିପୀଠ । କଟକ ତୁଳସୀପୁରସ୍ଥିତ ଗୋରାକଵର ହେଉଛି ମଧୁଵାଵୁଙ୍କ ଶେଷ ଆଶ୍ରୟସ୍ଥଳୀ । ମାତ୍ର ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ଵିନ୍ଧାଣୀଙ୍କ ପ୍ରତି ଶାସନ, ପ୍ରଶାସନର ମନୋଭାବ ଏଵେ ଵି ଗୋରାକଵରରେ ପ୍ରତିଫଳିତ ହେଉଛି। କିନ୍ତୁ ଵିଳମ୍ବରେ ହେଉ ପଛେ ଶାସନ, ପ୍ରଶାସନର ନିଦ ଭାଙ୍ଗିଛି । ନବକଳେବର ହେବ ମଧୁବାବୁଙ୍କ ସମାଧିସ୍ଥଳ ଗୋରାକବର। ଦିଲ୍ଲୀର ରାଜଘାଟ ପରି ନଜର ଆସିବ ମଧୁବାବୁଙ୍କ ସମାଧିସ୍ଥଳ। ଏନେଇ ଆଜି ମଧୁସୂଦନଙ୍କ ମହାପ୍ରୟାଣ ଦିଵସ ଅଵସରରେ ଗୋରାକଵରକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମେୟର ସୁବାସ ସିଂ।

ଏହା ବି ପଢନ୍ତୁ- ଆଉ ୪ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି, ନବଙ୍କ ବିକଳ୍ପ ନବୀନ ସ୍ଥିର କରିବେ କହିଲେ ସାରଦା

ଗୋରାକବର ଉନ୍ନତିକରଣ ହେବା ସହ ସୌନ୍ଦର୍ଯ୍ୟକରଣ, ଆଲୋକିକରଣ, ନୂତନ ଫାଟକ ନିର୍ମାଣ ଆଦି ଏହି ନବୀକରଣ ପରିସର ମଧ୍ୟରେ ରହିବ । ଯାହାଦ୍ବାରା ମଧୁବାବୁଙ୍କ ସମାଧିସ୍ଥଳ ପର୍ଯ୍ୟଟନରେ ସ୍ଥାନ ପାଇ ପାରିବ ଓ କଟକର ଗୌରବ ଦ୍ବିଗୁଣିତ ହୋଇ ପାରିବ। ତେବେ ସିଏମସି ପକ୍ଷରୁ ଏହି ମେଗା ଯୋଜନା ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ମେୟର । ଏହି ପ୍ରକଳ୍ପ ଅଧୀନରେ ଗୋରାକଵରରେ ଥିବା ମଧୁଵାଵୁଙ୍କ ସମାଧିପୀଠକୁ ଦିଲ୍ଲୀ ରାଜଘାଟ ଢାଞ୍ଚାରେ ତିଆରି କରାଯିଵ। ଏଥି ସହ ସମ୍ପୂର୍ଣ୍ଣ ଗୋରାକଵରର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିଵ। ବିଭିନ୍ନ ପ୍ରକାର ଗଛ, ରାସ୍ତା ପ୍ରଶସ୍ତିକରଣ, କାନ୍ଥରେ ମଧୁ ବାବୁଙ୍କ ବିଭିନ୍ନ ପଟ୍ଟଚିତ୍ର ରହିବ ।

ଏହାଛଡା ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପୁରସ୍କାର ପାଇବା ଯୋଗ୍ୟ ବୋଲି କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟନାୟକ। ଏହାସହ ଏହି ପଵିତ୍ର ପୀଠରେ ଗତ ୧୫୩ ଧରି ନିତ୍ୟ ପୂଜାର୍ଚ୍ଚନା କରିଆସୁଥିଵା ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପୀଠକୁ ଲୋକଙ୍କ ନଜରକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ପ୍ରୟାସର ଆବଶ୍ୟକତା ରହିଛି ଵୋଲି କହିଛନ୍ତି ମଞ୍ଚ ସଂଯୋଜକ। ଠିକ ଗୋଟିଏ ବର୍ଷ ମଧ୍ୟରେ ନବକଳେବର ହୋଇଯିବ କଟକର ଏହି ଐତିହାସିକ ଗୋରାକାଵର ସ୍ମଶାନ। ଆଉ ମଧୁବାବୁଙ୍କ ସମାଧି ସ୍ଥଳ ହୋଇଯିବ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ।

ଇଟିଭି ଭାରତ, କଟକ

Last Updated : Feb 4, 2023, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.