କଟକ: ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । ଆସନ୍ତା 21 ଓ 22 ରେ ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ବନ୍ଦ ରହିବା ନେଇ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ହାଇକୋର୍ଟର କିଛି ବିଭାଗରେ କୋରୋନା ସଂକ୍ରମିତ ସଂଖ୍ୟା ବଢିବା ପରେ ପରିସରକୁ ସାନିଟାଇଜ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ତେବେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଶୁଣାଣୀ ମାମଲା ୨୩ ତାରିଖକୁ ଶୁଣାଣି କରିବାକୁ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ