କଟକ: ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛାଡାଯାଇଥିବା ବନ୍ୟାଜଳ । ସକାଳ 9 ଟା ସୁଦ୍ଧା ମୁଣ୍ଡଳୀରେ 4 ଲକ୍ଷ 20 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏପଟେ ନରାଜ ଦେଇ 1 ଲକ୍ଷ 70 ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମରେ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ ହେବାରୁ କଟକରୁ ବନ୍ୟାର ଭୟ ଦୂର ହୋଇଛି ।
ସୂଚନା ଅନୁସାରେ, ପ୍ରତି 3 ଘଣ୍ଟାରେ 4 ଇଞ୍ଚ ଲେଖାଏଁ ପାଣି ବଢୁଛି । ତେବେ ନରାଜ ବ୍ୟାରେଜରେ 13 ଟି ମଝି ଗେଟ ଗୁଡିକୁ ସମ୍ପୂର୍ଣ୍ଣ ଖୋଲା ରଖା ଯାଇଥିବା ବେଳେ ଅବଶିଷ୍ଟ ଗେଟ ଗୁଡିକ ଅଧା ଖୋଲା ରଖାଯାଇଛି ।
ହୀରାକୁଦ ପ୍ରଥମ ପର୍ଯ୍ୟାୟରେ 20ଟି ଗେଟରୁ ଛାଡିଥିବା ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି । ଧୀରେ ଧୀରେ ଏହି ଗେଟ ଗୁଡିକୁ ହୀରାକୁଦ ବନ୍ଦ କରିବାରୁ ବନ୍ୟା ଭୟ ଦୂର ହୋଇଯାଇଥିବା ନରାଜ ବ୍ୟାରେଜ ଦାୟିତ୍ବରେ ଥିବା ଯନ୍ତ୍ରୀ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ