ETV Bharat / state

ମାହାଙ୍ଗାରେ ଉତ୍ତେଜନା; ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ - ମାହାଙ୍ଗା ଡବଲ ମର୍ଡର

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟ ରାୟ ପରେ ପ୍ରତାପ ଜେନାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମାରପିଟ୍ । ଅଧିକ ପଢନ୍ତୁ

ମାହାଙ୍ଗାରେ ଗୋଷ୍ଠୀ ସଂଘର୍ଷ
ମାହାଙ୍ଗାରେ ଗୋଷ୍ଠୀ ସଂଘର୍ଷ
author img

By ETV Bharat Odisha Team

Published : Sep 27, 2023, 9:07 AM IST

Updated : Sep 27, 2023, 2:12 PM IST

ମାହାଙ୍ଗାରେ ଗୋଷ୍ଠୀ ସଂଘର୍ଷ

କଟକ: ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ଉଦ୍ୟମ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ନିକଟରେ କୁଶ ପୁତ୍ତଳିକା ଦାହ କରିବା ପାଇଁ ଆସିଥିବା ଲୋକ ଓ ପ୍ରତାପ ଜେନାଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଛି । ପୋଲିସ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିଲେ ମଧ୍ୟ ଗଣ୍ଡଗୋଳକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବେଶ କିଛି ସମୟ ଲାଗିଥିଲା । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ଆଇପିସିର ଧାରା 302, 506, 102b ଆଧାରରେ ମୋକଦ୍ଦମା ଚାଲିବ ବୋଲି ଏମଏଫ୍‌ସି ସାଲେପୁର ନିର୍ଦ୍ଦେଶ ଦେବା ପରେ ପ୍ରତାପ ଜେନାଙ୍କ ବିରୋଧୀ ହଠାତ ସକ୍ରିୟ ହୋଇ ଉଠିଛନ୍ତି । ତେବେ ପରିସ୍ଥିତି ବର୍ତ୍ତମାନ ଯଦିଓ ନିୟନ୍ତ୍ରଣ ରହିଛି ତଥାପି ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି ।

ଏହି ରାୟ ଶୁଣାଇଥିଲେ କୋର୍ଟ:

2021 ମସିହା ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଗକୁ ଅଦାଲତି ମାମଲାର ସମ୍ମୁଖୀନ ହେବେ । ମୃତକଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ପ୍ରୋଟେଷ୍ଟ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଆଇପିସିର ଧାରା 302, 506, 102b ଆଧାରରେ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ ବୋଲି ଜେଏମଏଫସି ସାଲେପୁର ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ପ୍ରତାପ ଏବେ ମହଙ୍ଗା ବିଧାୟକ ଅଛନ୍ତି, ତେଣୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଅଦାଲତକୁ ମାମଲା ସ୍ଥାନାନ୍ତର ହୋଇଛି । 21 ଜାନୁଆରୀ 2021ରେ ଘଟିଥିଲା ମହଙ୍ଗା ଡବଲ ମର୍ଡର । ଏହି ଘଟଣାରେ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏତଲାକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେପି: ପ୍ରତାପ ଜେନା

ଏତଲା ଅନୁଯାୟୀ 13 ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା । 2021 ଜାନୁଆରୀ 6 ତାରିଖରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା । 2023 ଜାନୁଆରୀରେ ରମାକାନ୍ତଙ୍କ ମୃତ୍ୟୁ ଘଟିଥିଲା । ରମାକାନ୍ତଙ୍କ ସାନ ଭାଇ ରଞ୍ଜିତ ବରାଳ ମାମଲା ଲଢ଼ିଥିଲେ । 5ଟି ସାକ୍ଷୀ ସିଡିଆର ରିପୋର୍ଟକୁ ଆଧାର କରି ପ୍ରତାପ ଜେନାଙ୍କ ନାମରେ 302, 506, 102b ଦଫା ଲାଗିଛି ।

ଇଟିଭି ଭାରତ, କଟକ

Last Updated : Sep 27, 2023, 2:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.