ETV Bharat / state

୧୯ ବର୍ଷ ପରେ ଫେରିଲେ ପତ୍ନୀ, ମଥାରେ ସିନ୍ଦୂର ଦେଇ ମନର ମିତକୁ ନେଇଗଲେ ସ୍ୱାମୀ - ୧୯ ବର୍ଷ ପରେ ପୁଣିଥରେ ପତ୍ନୀଙ୍କୁ ବିବାହ କଲେ ସ୍ବାମୀ

୧୯ ବର୍ଷ ପତ୍ନୀଙ୍କୁ ଖୋଜି ପାଇଲେ ସ୍ବାମୀ । ନିଖୋଜ ପତ୍ନୀଙ୍କ ମଥାରେ ଆଉ ଥରେ ସିନ୍ଦୂର ଦେଇ ଆରମ୍ଭ କଲେ ନୂଆ ଜୀବନ । ଅଧିକ ପଢ଼ନ୍ତୁ

missing woman returns after 19 years in cuttack
ଦୀର୍ଘ 19 ବର୍ଷ ପରେ ଘରକୁ ଫେରିଲେ ନିଖୋଜ ମହିଳା
author img

By

Published : Jul 3, 2023, 9:03 PM IST

ଦୀର୍ଘ 19 ବର୍ଷ ପରେ ଘରକୁ ଫେରିଲେ ନିଖୋଜ ମହିଳା

ନିଆଳି: ଦୀର୍ଘ 19 ବର୍ଷ ପରେ ଘରକୁ ଫେରିଲା ଖୁସି । ନିଖୋଜ ମହିଳାଙ୍କୁ ଫେରି ପାଇଲେ ପରିବାର ଲୋକେ । ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେଲେ ଦମ୍ପତି । ମଥାରେ ସିନ୍ଦୁର ଦେଇ ପରସ୍ପରକୁ ଫୁଲମାଳ ପିନ୍ଧାଇ ଭଗବାନଙ୍କ ସାକ୍ଷୀ ରଖି ପୁଣି ଥରେ ନୂଆ ଜୀବନ ଆରମ୍ଭ କଲେ । କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ଶାସନ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଭାବଚାନ୍ଦ ପୁର ଗ୍ରାମର ଉର୍ମିଳା ପରିଡା 2004 ମସିହାରୁ ମାନସିକ ଭାରସ୍ୟାମ ହରାଇ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିଥିଲେ ମଧ୍ଯ ଉର୍ମିଳାଙ୍କ ସନ୍ଧାନ ପାଇ ନଥିଲେ । ଗତ କିଛି ଦିନ ତଳେ ଉର୍ମିଳା ଆଠଗଡ଼ ତିଗିରିଆଠାରେ ଏକ ଏଟିଏମ କାଉଣ୍ଟର ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଖବର ପାଇ କଟକ ସଦର ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଥିବା ଶ୍ରୀମନ୍ଦିର ସେବାଶ୍ରମର ପ୍ରତିଷ୍ଠାତା ଶିବ ଶଙ୍କର ଦାସ ଓ ସଦସ୍ୟମାନେ ଯାଇ ଉର୍ମିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ନିଜ ଆଶ୍ରମରେ ଆଣି ଦୀର୍ଘ ଦେଢ ମାସ ଧରି ସେବା କରିଥିଲେ । ଏହା ମଧ୍ୟରେ ଉର୍ମିଳାଙ୍କ ପୂର୍ବ କଥା ମନେ ପଡିବାରୁ ନିଜ ନାମ ଓ ତାଙ୍କର ମାଆଙ୍କ ନାମ କହିପାରୁଥିଲେ । ଅନୁଷ୍ଠାନ ପକ୍ଷରୁ ଉର୍ମିଳାଙ୍କ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓ ଦେଖି ଉର୍ମିଳାଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ସେବାଶ୍ରମ ସହିତ ଯୋଗାଯୋଗ କରିଥିଲେ । ଦୀର୍ଘ ୧୯ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଲେ ଉର୍ମିଳା । ଏହାପରେ ଅନୁଷ୍ଠାନ ପକ୍ଷରୁ କୁରାଙ୍ଗ ଶାସନସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କର ପୁନଃବିବାହ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ୧୯ ବର୍ଷ ପରେ ଘରକୁ ଫେରିଲେ ଖଗେଶ୍ବର, ପରିବାରରେ ଖୁସିରେ ଲହରୀ

ଏନେଇ ଶ୍ରୀମନ୍ଦିର ସେବାଶ୍ରମର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ କହିଛନ୍ତି, "ତିଗିରିଆ ଟାଉନରେ ଥିବା ଏସବିଆଇ ଏଟିଏମ କାଉଣ୍ଟର ବାହାରେ ଜଣେ ମହିଳା ଅସହାୟ ଅବସ୍ଥାରେ ପଡ଼ି ରହିଥିବା ନେଇ ଜଣେ ବ୍ୟକ୍ତି ଟ୍ଵିଟ୍‌ କରି ଜଣାଇବା ସହ ରାଜ୍ୟ ସରକାରଙ୍କ ଗ୍ରିଭାନ୍ସରେ କେସ୍‌ ଫାଇଲ କରିଥିଲେ । ରାଜ୍ୟ ସରକାରଙ୍କ ସରକାରୀ ଟ୍ଵିଇଟର ଆକାଉଣ୍ଟରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହେବା ପରେ ସେଠାରୁ ବିଡ଼ିଓ ଏବଂ ବିଏସଏସଓଙ୍କୁ ଜଣାଇଥିଲେ ।‌ ଏହି କଥା ଜାଣିବା ପରେ ଆମ ସଦସ୍ୟ ସେଠାରେ ପହଞ୍ଚିଥିଲୁ । ଉର୍ମିଳାଙ୍କୁ ଉଦ୍ଧାର କରି ନିଜ ଆଶ୍ରମରେ ତାଙ୍କୁ ରଖିଥିଲୁ । ବର୍ତ୍ତମାନ ସେ ତାଙ୍କ ପରିବାର ଫେରି ପାଇଛନ୍ତି ।" ଉର୍ମିଳାଙ୍କ ନିଖୋଜ ପରେ ବଡ଼ ଝିଅ ମନ୍ଦାକିନିଙ୍କ ବାହାଘର ହୋଇ ସାରିଥିବା ବେଳେ ତାଙ୍କ ପୁଅ ଜଗବନ୍ଧୁଙ୍କ ମଧ୍ୟ ବାହାଘର ହୋଇ ସାରିଛି । କିନ୍ତୁ ସେ ଯାହା ବି ହେଉ, ୧୯ ବର୍ଷ ତଳେ ଅଧା ଭାଙ୍ଗି ଯାଇଥିବା ପରିବାର ପୁଣି ଥରେ ଯୋଡ଼ି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.