ETV Bharat / state

ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା, ସରକାରଙ୍କୁ ଘେରିଲା ବିଜେପି

author img

By

Published : Jan 18, 2023, 11:20 AM IST

ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ଭେଟିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଅଧିକ ପଢନ୍ତୁ

ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା
ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା

ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ

କଟକ: ବିଡାନାସୀରେ ମୁକୁଳା ଡ୍ରେନ ପଡି ୯ ବର୍ଷୀୟ ନାବାଳକର ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ଭେଟିଲା ବିଜେପି । ''ଜାଗା ମିଶନର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏବେ ବି ଅନେକ ବସ୍ତି ବାସିନ୍ଦାଙ୍କୁ ଜାଗା ଖଣ୍ଡେ ଦେଇନାହାନ୍ତି । ସେହି ବସ୍ତି ବାସିନ୍ଦାଙ୍କ ମଧ୍ୟରେ କିଶୋର ସାହାଣୀଙ୍କ ପରିବାର ଅନ୍ତର୍ଭୁକ୍ତ । ଦୀର୍ଘ ଦିନ ଧରି ଏହି ପରିବାର ରାସ୍ତାକଡରେ ପରିତ୍ୟକ୍ତ ଅବସ୍ଥାରେ ରହୁଥିବା ବେଳେ ଏବେ ତାଙ୍କ ପୁଅ ଜୋସେଫ ସାହାଣୀ ମୁକୁଳା ନାଳରେ ପଡି ପ୍ରାଣ ହରାଇଛନ୍ତି । ଯଦି ସରକାର ଏହି ପରିବାରକୁ ପୂର୍ବରୁ ଜାଗା ମିଶନରେ ସାମିଲ କରିଥାନ୍ତେ ତେବେ ହୁଏତ ଆଜି ଏହି ନିଷ୍ପାପ ପିଲାଟିର ପ୍ରାଣ ଯାଇନଥାନ୍ତା ।'' ମୃତକଙ୍କ ପରିବାରକୁ ଭେଟି ବିଜେଡି ସରକାରଙ୍କୁ ଏପରି ଟାର୍ଗେଟ କରିଛି ବିଜେପି । ଏହାସହିତ ପିଲାଟିର ମୃତ୍ୟୁ ପାଇଁ କେବଳ ସିଏମସି ହିଁ ଦାୟୀ ବୋଲି କଟକ ନଗର ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ଗତକାଲି(ମଙ୍ଗଳବାର) କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ଘଟଣାସ୍ଥଳକୁ ବୁଲିଯିବା ସହ ମୃତ ଛାତ୍ରଙ୍କ ପରିବାରକୁ ଭେଟିଥିଲେ । ମେୟର ପରିବାର ଲୋକଙ୍କୁ ସାନ୍ତ୍ବନା ଜଣାଇ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବାରୁ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୩୩ ହଜାର ଟଙ୍କାର ସହାୟତା ପରିବାରକୁ ଦିଆଯାଇଛି । ଶୀଘ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଟକ ମହାନଗର ନିଗମ(CMC) । ଅନ୍ୟପକ୍ଷରେ ଆଗକୁ ଏହି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।

ପ୍ରକାଶଥାଉ କି, ଗତ ୧୫ ତାରିଖରେ କଟକ ବିଡାନାସୀ ଅଞ୍ଚଳରେ ଏହି ହୃଦୟ ବିଦାରକ ଘଟଣା ଘଟିଥିଲା । ତୃତୀୟ ଶ୍ରେଣୀରେ ପଢୁଥିବା ୯ ବର୍ଷର ଛାତ୍ର ଜୋସେଫ ସାହାଣୀ ଗୁଡି ଉଡାଉଥିବା ସମୟରେ ନିକଟରେ ଥିବା ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ । କିଛି ସମୟ ଖୋଜାଖୋଜି ପରେ ଏକ ବାଉଁଶ ସାହାଯ୍ୟରେ ସ୍ଥାନୀୟ ଲୋକ ୭ ଫୁଟ ପାଣି ଥିବା ଗଭୀର ଡ୍ରେନରୁ ଜୋସେଫଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ପରିବାର ଲୋକେ ସିଧାସଳଖ ସିଏମସିକୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.