ETV Bharat / state

MCA ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା, ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତକୁ ତ୍ୱରିତ କରିବ କହିଲା ପୋଲିସ - ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ୟା

MCA ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ପ୍ରତିକ୍ରିୟା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

student commit suicide
student commit suicide
author img

By

Published : Jan 18, 2023, 10:46 PM IST

ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତ ମାର୍ଗକୁ ତ୍ୱରିତ କରିବ

କଟକ: ବାରଙ୍ଗ ଗୋଡି ସାହି ଫାଣ୍ଡି ଅଞ୍ଚଳରେ MCA ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ପ୍ରତିକ୍ରିୟା ଦେଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ହୋଇଛି ତାହା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କହିହେବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଗତକାଲି(ମଙ୍ଗଳବାର) ରାତିରେ ଷଣ୍ଢପୁର ଅଞ୍ଚଳରେ ଭଡ଼ା ଘରୁ ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଛାତ୍ର ଜଣକ ଯାଜପୁର ଜିଲ୍ଲାର ମନୋଜ ବେହେରା ବୋଲି ଜଣାପଡିଥିଲା । ମନୋଜ ସ୍ଥାନୀୟ ଏକ ବିଶ୍ବବିଦ୍ୟାଳୟରେ ଏମସିଏ ଅଧ୍ୟୟନ କରୁଥିଲେ । ବଡ କଥା ହେଉଛି କି ମନୋଜ ଭିଡିଓ କଲ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିସହ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ହିଁ ମନୋଜ ଆତ୍ମହତ୍ୟା କରିଥିବା କଥା ସନ୍ଦେହ କରାଯାଉଛି ।

ଏହା ବି ପଢ଼ନ୍ତୁ: ପ୍ରେମିକାକୁ ଭିଡିଓ କଲ୍ କରି ଛାତ୍ରଙ୍କ ଚରମ ନିଷ୍ପତ୍ତି ! ଭଡ଼ାଘରୁ ମୃତଦେହ ଉଦ୍ଧାର

ତେବେ ମଙ୍ଗଳବାର ଅପରାହ୍ନରେ ବିଶ୍ବବିଦ୍ୟାଳୟରୁ ରୁମ୍‌କୁ ଫେରିଥିଲେ । ପରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ମନୋଜଙ୍କ ରୁମ୍‌ ପାଖକୁ ଆସି କବାଟ ବାଡେଇବାରୁ ସେ କବାଟ ଖୋଲି ନ ଥିଲେ । ଫଳରେ ଘର ମାଲିକଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯିବାରୁ ମନୋଜଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକେ ମନୋଜଙ୍କୁ ଉଦ୍ଧାର କରି ଏସସିବି ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏସ୍‌ସିବି ମେଡ଼ିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ତେବେ ଗତକାଲି ଏହି ଘଟଣା କଟକରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ଘଟଣା ପଛରେ କଣ ରହସ୍ୟ ତାହା ଶୀଘ୍ର ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଯୁବକ ଜଣକ ନିଜ ପ୍ରେମିକାକୁ ଲାପ୍‌ଟପ୍‌ରେ ଭିଡିଓ କଲ କରି ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି । ଗାଁ ଲୋକମାନେ ଘରର କବାଟ ବାଡେଇବାରୁ ଭିତରୁ ଖୋଲିନଥିଲେ । ଏସ୍‌ସିବିରେ ଯୁବକ ଜଣକ ମୃତ ଘୋଷିତ ହେବାପରେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବର୍ତ୍ତମାନ ଏହି ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.