ETV Bharat / state

ପ୍ରଥମ ସ୍ତ୍ରୀ ଘରକୁ ନଫେରିବାରୁ ସ୍ବାମୀର ଦ୍ବିତୀୟ ବିବାହ: ଛତିଶଗଡରୁ ଧାଇଁ ଆସିଲେ ପତ୍ନୀ - ନିଆଳି ଥାନା

ପ୍ରଥମ ସ୍ତ୍ରୀ ଘରକୁ ନଫେରିବାରୁ ଦ୍ବିତୀୟ ବିବାହ କଲା ସ୍ବାମୀ । ଦୁଇ ଛୁଆଙ୍କୁ ଧରି ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ସ୍ତ୍ରୀ । ଅଧିକ ପଢନ୍ତୁ

ପ୍ରଥମ ସ୍ତ୍ରୀ ଘରକୁ ନଫେରିବାରୁ ସ୍ବାମୀର ଦ୍ବିତୀୟ ବିବାହ

author img

By

Published : Jul 19, 2023, 10:07 AM IST

Updated : Jul 19, 2023, 2:04 PM IST

ପ୍ରଥମ ସ୍ତ୍ରୀ ଘରକୁ ନଫେରିବାରୁ ସ୍ବାମୀର ଦ୍ବିତୀୟ ବିବାହ

ନିଆଳି: ପାରିବାରିକ ବିବାଦକୁ ନେଇ ବାପଘରୁ ଶାଶୁଘରକୁ ଫେରୁନଥିଲେ ସ୍ତ୍ରୀ । ଦୀର୍ଘ ଦିନ ଧରି ସ୍ତ୍ରୀ ନ ଫେରିବାରୁ ବିନା ଛାଡପତ୍ରରେ ଦ୍ବିତୀୟ ବିବାହ କଲେ ସ୍ବାମୀ । ଏହି ଖବର ପାଇବା ମାତ୍ରେ ଦୁଇ ଛୋଟ ଛୁଆଙ୍କୁ ଧରି ସୁଦୂର ଛତିଶଗଡ ରାଜ୍ୟରୁ ଧାଇଁ ଆସି ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରଥମ ସ୍ତ୍ରୀ । ବିନା ଛାଡପତ୍ରରେ ସ୍ବାମୀ ପୁଣି ବିବାହ କରିଥିବାରୁ ମହିଳା ଥାନାରେ ନ୍ୟାୟ ମାଗିଛନ୍ତି । ଘଟଣାଟି ଘଟିଛି କଟକ ଜିଲ୍ଲା ନିଆଳି ଅଞ୍ଚଳରେ । ସମ୍ପୃକ୍ତ ମହିଳା ନିଆଳି ଥାନାରେ ନିଜ ସ୍ବାମୀ ବିରୋଧରେ ଏତଲା ଦେଇଛନ୍ତି । ତେବେ ଏତଲା କ୍ରମେ ପୋଲିସ ପଚରାଉଚରା ପାଇଁ ଘରେ ପହଞ୍ଚିବା ବେଳେ ଶାଶୁଘର ଲୋକେ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।

ନିଆଳି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ତିହୁଡି ଗାଁର ରାବିନ୍ଦ୍ର ପାଲଙ୍କ ପୁଅ ରାଜେନ୍ଦ୍ର ପାଲ ୨୦୧୪ ମସିହା ଫେବୃଆରୀ ୧୪ ତାରିଖରେ‌ ଛତିଶଗଡ ଖରସିଂହା ଅଞ୍ଚଳର ପ୍ରକାଶ ସିଂ ଠାକୁରଙ୍କ ଝିଅ ସ୍ବାତୀ ସିଂ ଠାକୁର ଓରଫ ରାଜଲକ୍ଷ୍ମୀଙ୍କୁ ବିବାହ କରିଥିଲେ ।‌ ରାଜଲକ୍ଷ୍ମୀଙ୍କ ଆଠ ବର୍ଷର ଝିଅ ଓ ତିନି ବର୍ଷର ପୁଅ ଅଛି ।‌ ବିବାହ ପରେ ଶାଶୁଘର ଲୋକେ ଓ ସ୍ବାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ବାପଘରୁ ତିନି ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଉଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟ ହୋଇ ଶାଶୁଘର ଛାଡ଼ି ନିଜ ବାପଘର ଛତିଶଗଡ ପଳାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ରାଜଲକ୍ଷ୍ମୀ ।

ଏହାମଧ୍ୟ ପଢନ୍ତୁ: ୧୩ବର୍ଷ ପରେ ମନେପଡ଼ିଲା ବାପାମା’ଙ୍କ କଥା, ଘରକୁ ଫେରିଲା ପୁଅ

ସେ କହିଛନ୍ତି, ‘ବାପଘରେ ରହିବା ସମୟରେ ଶାଶୁଘର ଲୋକେ ତାଙ୍କୁ ଆଣିବା ପାଇଁ ତିନି ଥର ଚେଷ୍ଟା କରଥିଲେ । ମାତ୍ର ନିଜକୁ ଅସୁରକ୍ଷିତ ମଣି ସେ ଶାଶୁଘର ତିହୁଡି ଗାଁକୁ ଫେରୁନଥିଲେ ।‌ ଏହାରି ଭିତରେ ସ୍ବାମୀ ରାଜେନ୍ଦ୍ର ଦ୍ବିତୀୟ ବିବାହ କରିବେ ବୋଲି ତାଙ୍କୁ ଫୋନ ଯୋଗେ ଜଣାଇଥିଲେ । ହେଲେ ଏ କଥାକୁ ରାଜଲକ୍ଷ୍ମୀ ଏତେଟା ଗୁରୁତ୍ବ ସହକାରେ ନେଇନଥିଲେ । କିନ୍ତୁ ସତକୁ ସତ ଗତ ଜୁଲାଇ ମାସ ୧୪ ତାରିଖ ଦିନ କାକଟପୁର ମଙ୍ଗଳା ମନ୍ଦିରରେ ସ୍ବାମୀ ରାଜେନ୍ଦ୍ର ଦ୍ବିତୀୟ ବିବାହ କରିଥିଲେ ।’ ଏହି ଖବର ମିଳିବା ମାତ୍ରେ ଛତିଶଗଡ଼ରୁ ଓଡ଼ିଶା ଆସି ଗତକାଲି ନିଆଳି ଥାନାରେ ସ୍ବାମୀଙ୍କ ନାଁରେ ଏତଲା ଦେବା ସହ ନ୍ୟାୟ ମାଗିଛନ୍ତି ରାଜଲକ୍ଷ୍ମୀ ।

ଅଭିଯୋଗ କ୍ରମେ ନିଆଳି ପୋଲିସ ତିହୁଡି ଗାଁ ରାଜଲକ୍ଷ୍ମୀଙ୍କ ଶାଶୁଘରକୁ ଯାଇଥିଲେ । ସ୍ବାମୀ ଓ ଶାଶୁ ଶ୍ବଶୁର କୁଆଡେ ପଳାଇ ଯାଇଥିବା ବେଳେ ପୋଲିସ କେବଳ ରାଜେନ୍ଦ୍ରଙ୍କ ଭଉଣୀ ଓ ଦ୍ବିତୀୟ ସ୍ତ୍ରୀଙ୍କୁ ପଚରାଉଚୁରା କରିଫେରିଛି । ଏଠାରେ ସୂଚନାଯୋଗ୍ୟ ଯେ, ରାଜେନ୍ଦ୍ର ଯେଉଁ ମହିଳାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି, ତାଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ଅଛି ।‌ ତେବେ ରାଜଲକ୍ଷ୍ମୀ ଓ ରାଜେନ୍ଦ୍ରଙ୍କ ପାରିବାରିକ ମାମଲା କେଉଁ ଦିଗକୁ ଯାଉଛି କେବଳ ଦେଖିବାକୁ ବାକି ରହିଲା । ଏନେଇ ରାଜେନ୍ଦ୍ରଙ୍କ ପରିବାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।‌

ଇଟିଭି ଭାରତ, ନିଆଳି

Last Updated : Jul 19, 2023, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.