କଟକ: ଜିଲ୍ଲା ଅସୁରେଶ୍ବର ଶ୍ରୀ ରଘୁନାଥଜୀଉ ଦାଣ୍ଡ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଅର୍ଜୁନ ସିଂହଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅର୍ଜୁନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ସୂଚନା ଥାଉକି, ମନ୍ଦିର ପ୍ରଶାସନ ବାଣ ଫୁଟାଇବା ପାଇଁ ପ୍ରଶାସନଠାରୁ ଅନୁମତି ନନେଇ ଦାଣ୍ଡ ଯାତ୍ରାରେ ବାଣ ଫୁଟା କାର୍ଯ୍ୟକ୍ରମ କରିଥିଲେ । ଗତ 19 ତାରିଖ ବିଳମ୍ବିତ ରାତିରେ ହୋଇଥିଲା ବାଣ ବିସ୍ଫୋରଣ । ଏହି ବାଣ ବିସ୍ଫୋରଣରେ 2ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ