କଟକ: ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଅଭିଯୋଗ l ମୃତ ଶ୍ରମିକ ହେଲେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କୋଲଣପୁର ଗାଁର ଦୀପକ ସାମଲ । ମଙ୍ଗଳବାର ସକାଳ 9ଟା ସମୟରେ ସାଲେପୁର ଥାନା କେନ୍ଦୁପାଟଣା ଜହ୍ନିଆ ଛକ ଠାରେ କାମ କରୁଥିବା ସମୟରେ 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
କ୍ଷତିପୂରଣ ଦାବିରେ କଟକ ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ l ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ