କଟକ: ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ । ଆଜି(ମଙ୍ଗଳବାର) ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଏହି ଜଘନ୍ୟ ହତ୍ୟାର ଡେମୋ ଦେଖାଇଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଗତ 2 ତାରିଖରେ ସାଲେପୁର ମାହାଙ୍ଗାର ଟାଣୁଆ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଏପରି କରିଥିବା ବିଜେପି ଅଭିଯୋଗ କରିଥିବାବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ