ETV Bharat / state

ମହାଦେବଙ୍କ ମହାଶିବରାତ୍ରୀ: ଜାଗରରେ ଜାଣନ୍ତୁ ପରମହଂସ ନାଥ ମନ୍ଦିରର କିଛି ରୋଚକ କଥା - ମହାଦେହଙ୍କ ମହାଶୀବରାତ୍ରୀ

ରାଜ୍ୟର ସର୍ବପୁରାତନ ଶୈବପୀଠ ମଧ୍ୟରେ ପରମହଂସନାଥ ମନ୍ଦିର ହେଉଛି ଅନ୍ୟତମ। କୁହା ଯାଏ ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହାର ପରମ୍ପରା ମଧ୍ୟ ବେଶ ନିଆରା । ଅଧିକ ପଢନ୍ତୁ

paramhansa nath temple
paramhansa nath temple
author img

By

Published : Feb 18, 2023, 2:11 PM IST

paramhansa nath temple

କଟକ: ଆଜି ମହାଦେହଙ୍କ ମହାଶିବରାତ୍ରୀ । ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ ଜମିଛି । ଶାନ୍ତି ଶୃଙ୍ଖଳାର ସହ ବିନା କଟକଣାରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ରାଜ୍ୟର ସମସ୍ତ ଶୈବପୀଠ ମଧ୍ୟରୁ କଟକର ପରମହଂସ ନାଥ ମନ୍ଦିର ଅନ୍ୟତମ । ପ୍ରତିବର୍ଷ ଜାଗର ଆସିଲେ ଏଠାରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ। ଆଜି ମଧ୍ୟ ଶିବରାତ୍ରୀ ଅବସରରେ ଭକ୍ତ ଭିଡ ଜମିଛି ମନ୍ଦିରରେ । ବଡି ଭୋରୁ ମନ୍ଦିରରେ ନୀତି କାନ୍ତି ଆରମ୍ଭ ହୋଇଥିବା ବେଳେ ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ଶିବରାତ୍ରୀରେ ଏଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଜାଗର ଅବସରରେ ଜାଣନ୍ତୁ ଏହି ଶୈବପୀଠର ମାହାତ୍ମ୍ୟ ଉପରେ ।

ମହାନଦୀ ପ୍ରାଙ୍ଗଣରେ ରହିଛି ପରମହଂସ ନାଥ ମନ୍ଦିର । ହଜାରବର୍ଷର ପୁରୁଣା ଏହି ମନ୍ଦିରରେ ଦେବ ଦେବ ମହାଦେବ ପୂଜା ପାଆନ୍ତି । ରାଜ୍ୟର ସର୍ବପୁରାତନ ଶୈବପୀଠ ମଧ୍ୟରେ ପରମହଂସନାଥ ମନ୍ଦିର ହେଉଛି ଅନ୍ୟତମ। କୁହାଯାଏ ରାଜା ପ୍ରତାପ ଚନ୍ଦ୍ର ଦେବ ଅମଳରେ ଏହା ନିର୍ମାଣ କରାଯାଇଥିଲା । କାହିଁ କେଉଁକାଳରୁ ଏହା ପରମହଂସ ନାଥ ଶୈବ ପୀଠ ଭାବରେ ପରିଚିତ । ହଜାର ବର୍ଷର ଏହି ମନ୍ଦିରରେ ରହିଛି ଅନେକ ପରମ୍ପରା ଆଉ କିମ୍ବଦନ୍ତୀ। ରୀତି ନୀତି ଅନୁଯାୟୀ ଏଠାରେ ପୂଜା ମଧ୍ୟ କରାଯାଏ । ସବୁଠାରୁ ବଡ କଥା ହେଉଛି, ଦେବତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳ ବାଳ ଭୋଗ କରାଯାଇଥାଏ ।

ଅପରାହ୍ନ ୧୨ ଟାରୁ ୧୨.୩୦ ରେ ମନ୍ଦିରର ସେବକ ମାନେ ପ୍ରସାଦ ଭୋଗ ଲାଗି କରିଥାନ୍ତା । ଏହାର ଦୁଇ ଘଣ୍ଟା ପରେ ଖେଚୁଡି ଭୋଗ ଲାଗି କରାଯାଏ । ଅପରାହ୍ନ ୨ ଟାରୁ ପହଡ ପଡିବା ପରେ ଅପରାହ୍ନ ୪ ଟାରେ ପହଡ଼ ଖୋଲାଯାଇଥାଏ । ତେବେ ଏହି ପୁରାତନ ମନ୍ଦିରରେ ଅନେକ ଅଲୌକିକ ରହିଛି । ଏହି ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟେକ ଦିନ ଘରକୁ ଫେରିବା ସମୟରେ ଉଖୁଡା଼ ଭୋଗ ନେଇ ଘରକୁ ଯାଇ ଥାଆନ୍ତି । ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥାନ୍ତି ।

ଏହି ଖବର ପ୍ରଚାର ହେବାରୁ ରାଜା ଏହାର ସତ୍ୟା ସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଯାଇଥିଲେ । ପୁରୋହିତ ଚିଙ୍ଗୁଡ଼ି ଓ ଉଖୁଡା଼ ଭୋଗ ସାଙ୍ଗରେ ନେଇ ଯାଉଥିବା ସମୟରେ ରାଜାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପ୍ରଭୁ ହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡ଼ି, ଉଖୁଡା଼ ହେଇଯାଉ ବୋଲି କହିବାରୁ ସଙ୍ଗେ ସଙ୍ଗେ ଏହା ହିଁ ହୋଇଥିଲା । କେଵଳ ସେତିକି ନୁହେଁ ରାଜା ଦିନେ ଉଖୁଡା଼ ଭୋଗ ଖାଉଥିବା ସମୟରେ ଉଖୁଡା଼ରୁ ବାଳ ବାହାରିଥିଲା । ତେବେ ଏହା ପରମହଂସ ନାଥଙ୍କ ବାଳ ବୋଲି ପୁରୋହିତ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ। ପୁରୋହିତ କିଛି ବାଟ ନପାଇ ଭୟରେ 'ହେ ପ୍ରଭୁ ରକ୍ଷା କର କହିବାରୁ' ପ୍ରଭୁ ପରମହଂସ ନାଥ ତାଙ୍କୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପ୍ରଭୁଙ୍କର ମୁଣ୍ଡରେ ବାଳ ଉଠିଥିଲା । ରାଜା ମଧ୍ୟ ଏହାକୁ ସନ୍ଦେହ କରି ବାଳଟିକୁ ଉପାଡି ବାରୁ ସେଥିରୁ ରକ୍ତ ବାହାରି ଥିଲା ବୋଲି ବିଶ୍ୱାସ ରହିଛି ।

ବିଶ୍ୱାସ ରହିଛି ପ୍ରଭୁ ପରମହଂସ ନାଥଙ୍କ ପାଖରେ ଯାହା ମାନସିକ କରେ, ତାହା ପୂରଣ ହୋଇଥାଏ । ବିଶେଷକରି ଜାଗର ଦିନ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ମେଳା ମଧ୍ୟ ପଡିଥାଏ । ଭକ୍ତମାନେ ଆସିବେ ଧାଡିରେ ଠିଆ ହୋଇ ଦର୍ଶନ କରିଥାନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ଭୋର ୨ଟା ୩୦ ରୁ ମନ୍ଦିରର ପହଡ଼ ଖୋଲାଯାଏ । ଶ୍ରଦ୍ଧାଳୁ ଦର୍ଶନ କରିବା ପରେ ଭୋର ୫ଟାରେ ପୁଣି ମନ୍ଦିର ପହଡ଼ ପଡେ । ନୀତିକାନ୍ତି ସରିବାପରେ ସକାଳ ୬ ଟାରୁ ପହଡ଼ ଖୋଲା ହୁଏ। ଠିକ୍ ମଧ୍ୟରାତ୍ର ୧୨ ଟାରୁ ପହଡ଼ ପଡ଼ି ରାତ୍ର ୧୨ ଟା ୩୦ ରେ ପହଡ଼ ଖୋଲିଥାଏ। ଏହାପରେ ମନ୍ଦିରରେ ରୁଦ୍ରଭିଷେକ କରାଯାଏ। ତେବେ ରାତ୍ର ୪ ରୁ ସାଢ଼େ ୪ ଟାରେ ଏଠାରେ ମହାଦୀପ ଉଠିବାର ପରମ୍ପରା ରହିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.