ETV Bharat / state

ଜୟଦେବ ଗୌରବ ସମ୍ମାନ ୨୦୨୩: ଦ୍ବିତୀୟ ସନ୍ଧ୍ୟାରେ ଧୁମ ମଚାଇଲେ ଓଲିଉଡ କଳାକାର, ଆଜିର ଅତିଥି ଅଭିନେତା ସୁନୀଲ ଶେଟ୍ଟୀ

author img

By ETV Bharat Odisha Team

Published : Dec 22, 2023, 7:09 PM IST

Jayadev gaurav sanman 2023: ଦ୍ବିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ଆଜି ଯୋଗଦେଇଛନ୍ତି ବଲିଉଡ ତାରକା ସୁନୀଲ ଶେଟ୍ଟୀ । ଅଧିକ ପଢନ୍ତୁ

jayadev gaurav sanman 2023
ଜୟଦେବ ଗୌରବ ସମ୍ମାନ ୨୦୨୩
ଜୟଦେବ ଗୌରବ ସମ୍ମାନ ୨୦୨୩

ନିଆଳି: 'ଜୟଦେବ ଗୌରବ ସମ୍ମାନ-୨୦୨୩'ର ଦ୍ବିତୀୟ ସନ୍ଧ୍ୟାରେ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଜି ଆସିଛନ୍ତି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ । ଗତକାଲି(ଗୁରୁବାର) ଶୀତୁଆ ସନ୍ଧ୍ୟା ସାଙ୍ଗକୁ ଅଭିନେତ୍ରୀ, ଅଭିନେତା ତଥା ବିଭିନ୍ନ କଳାକାରଙ୍କମାନଙ୍କ ଦ୍ବାରା ଅଭିନୟ ଏବଂ ନାଚ ଗୀତରେ ଦୁଲୁକି ଉଠିଥିଲା ପରିବେଶ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ହାଇସ୍କୁଲ ଖେଳ ପଡିଆ ସଭା ମଣ୍ଡପରେ 'ଜୟଦେବ ଗୌରବ ସମ୍ମାନ-୨୦୨୩' ର ଆୟୋଜନ କରାଯାଇଥିଲା ‌। ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା।

ଏହି କାର୍ଯ୍ୟକ୍ରମରେ କଳାକାରମାନଙ୍କ ଡାଇଲଗ ଏବଂ ନାଚ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କମେଡିଆନ ପ୍ରଜ୍ଞା, ଶଙ୍କର ନିଜ ଚିରାଚରିତ ଢଙ୍ଗରେ ଉପସ୍ଥିତ ଦର୍ଶକମାନଙ୍କୁ ହସାଇ ହସାଇ ବେଦମ କରିଥିଲେ। କଣ୍ଠଶିଳ୍ପୀ ହ୍ଯୁମାନ ସାଗର ଗ୍ରୁପଙ୍କ ଦ୍ବାରା ରୋମାଣ୍ଟିକ ଗୀତରେ ଝୁମି ଉଠିଥିଲେ ଉପସ୍ଥିତ ଦର୍ଶକ । ସେହିପରି ସମ୍ବଲପୁରୀ ଡ୍ଯାନ୍ସ ଗ୍ରୃପ ଏବଂ ଅନ୍ୟ କଳାକାରମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିବାବେଳେ ଉପସ୍ଥିତ ଦର୍ଶକ ଭରପୁର ଉପଭୋଗ କରିଥିଲେ।

ଜୟଦେବ ଅଞ୍ଚଳ ତଥା ଆଖପାଖ ବ୍ଲକର ମେଧାବୀ ପ୍ରତିଭା ଏବଂ କୃତି ଛାତ୍ରଛାତ୍ରୀ, କଳା, ସାହିତ୍ୟ, କବି, ଲେଖକ, କଳାକାର, ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀମାନଙ୍କୁ 'ଜୟଦେବ ଗୌରବ ସମ୍ମାନ-୨୦୨୩'ରେ ସମ୍ମାନିତ କରାଯାଇଥିଲା । ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । 'ଜୟଦେବ ଗୌରବ ସମ୍ମାନ' ଦିବସରେ ଅତିଥି ଭାବରେ ଗବେଷକ ହଂସନାଥ ସାହୁ, ଲେଖିକା ନନ୍ଦିନୀ ଶତପଥୀ, ନୃତ୍ୟ ଶିଳ୍ପୀ ପ୍ରତିଭା ପଣ୍ଡା, ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଭାବଗ୍ରାହୀ ଗୋଚ୍ଛାୟତଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଜୟଦେବ ଗୌରବ ସମ୍ମାନ ୨୦୨୩ ଉଦଘାଟିତ, ଚାରଚାନ୍ଦ୍‌ ଲଗାଇଲେ ବଲିଉଡ୍‌ର ବ୍ୟାଡମ୍ୟାନ୍‌

ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ବରରେ ବଲିଉଡ ଅଭିନେତା ଗୁଲସନ ଗ୍ରୋଭର, ଜୟଦେବ ଗୌରବ ସମ୍ମାନରେ ହେବେ ସାମିଲ

'ଜୟଦେବ ଗୌରବ ସମ୍ମାନ ୨୦୨୩' ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳର ବହୁ ପ୍ରତିଭା ନିଜର ପାରିଦର୍ଶିତା ପ୍ରଦର୍ଶନ ସହିତ ଅଞ୍ଚଳର ଭାଇଚାରା ସୃଷ୍ଟି ହେବ ବୋଲି କହିଥିଲେ ମଞ୍ଚ ଉପରେ ଉପସ୍ଥିତ ଅତିଥି। ଆଜି (ଶୁକ୍ରବାର) ହେଉଛି କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା । ଆଜି ବଲିଉଡ ତାରକା ସୁନୀଲ ଶେଟ୍ଟୀ ଓଡିଶା ଆସି କାର୍ଯ୍ଯକ୍ରମରେ ଯୋଗଦେଇଛନ୍ତି । ଶେଷ ସନ୍ଧ୍ୟାରେ ଜମିଛି ଦର୍ଶକଙ୍କ ଭିଡ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.