ETV Bharat / state

ଶ୍ରୀମନ୍ଦିର 4 ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ନହେଲେ ହେବ ଓଡ଼ିଶା ବନ୍ଦ: ଜଗନ୍ନାଥ ସେନା

author img

By ETV Bharat Odisha Team

Published : Nov 20, 2023, 11:55 AM IST

Updated : Nov 20, 2023, 2:00 PM IST

ପୁଣି ଉଠିଲା ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ଦାବି । ଦାବି ପୂରଣ ନହେଲେ ଆସନ୍ତା ଜାନୁଆରୀ 17ରେ ଓଡିଶା ବନ୍ଦ ଡାକରା ଚେତାବନୀ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର 4 ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ନହେଲେ ହେବ ଓଡିଶା ବନ୍ଦ: ଜଗନ୍ନାଥ ସେନା

ଶ୍ରୀମନ୍ଦିର 4 ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ନହେଲେ ହେବ ଓଡ଼ିଶା ବନ୍ଦ

କଟକ: ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି । ଜଗନ୍ନାଥ ସେନା ପକ୍ଷରୁ ପୁଣି ଥରେ ଏହି ଦାବି ଦୋହରାଯାଇଛି । ତେବେ ଜଗନ୍ନାଥ ସେନାର ଆଵାହକ ପ୍ରିୟଦର୍ଶନ ପଟ୍ଟନାୟକ କଟକର ନୂଆପଡାରେ ଥିବା ଜଗନ୍ନାଥ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଏହି ଦାବି ଦୋହରାଇଛନ୍ତି । ଦାବି ପୂରଣ ନହେଲେ ଓଡ଼ିଶା ବନ୍ଦ ଚେତାବନୀ ।

ପୁଣି ତେଜିଲା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଦାବି । ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ସବୁ ଦ୍ବାର ଖୋଲିବା ପାଇଁ ଦାବି କରିଛି ଜଗନ୍ନାଥ ସେନା । ପୂର୍ବରୁ ମଧ୍ୟ ଏହି ଦାବି ବାରମ୍ବାର ହୋଇଥିବା ବେଳେ ପୁଣି ଏହି ଦାବିକୁ ଦୋହରାଯାଇଛି । ଜଗନ୍ନାଥ ସେନାର ଆଵାହକ ପ୍ରିୟଦର୍ଶନ ପଟ୍ଟନାୟକ କଟକର ନୂଆପଡାରେ ଥିବା ଜଗନ୍ନାଥ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉପସ୍ଥାପନ କରିଛନ୍ତି । ତେବେ ମନ୍ଦିର ପ୍ରଶାସନ ଚାରି ଦୁଆର ଖୋଲିବା ନେଇ ପାଇଁ ନିଷ୍ପତ୍ତି ନନେଲେ ଆସନ୍ତା ଜାନୁଆରୀ ୧୭ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେବା ନେଇ ଚେତାବନୀ ଦେଇଛି ଜଗନ୍ନାଥ ସେନା ।

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି, 16ରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ କଂଗ୍ରେସ

ଜଗନ୍ନାଥ ସେନାର କହିବା ଅନୁଯାୟୀ, ଶ୍ରୀମନ୍ଦିରର ଚାରି ଦୁଆର ଖୋଲିଲେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ, ପ୍ରସ୍ଥାନ ଓ ଦର୍ଶନ ସହଜ ହେବ ଓ ଶ୍ରଦ୍ଧାଳୁମାନଙ୍କୁ ଅଯଥାରେ ଦର୍ଶନ ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡା ହେବାକୁ ପଡିଵ । ସେହିଭଳି ରତ୍ନ ଭଣ୍ଡାର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଜଗନ୍ନାଥ ସେନା ଦାବି କରିଛି । ତେବେ କେଉଁ ଅନାଦି କାଳରୁ ଏହି 4 ଦ୍ୱାରର ନିର୍ମାଣ ହୋଇଛି । ସେତେବେଳେ ଅଧିକ ଲୋକ ହେଉ ନଥିବାରୁ ଗୋଟିଏ ଦ୍ବାରରେ ପ୍ରବେଶ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଭକ୍ତ ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହାର 10 ଗୁଣା ବୃଦ୍ଧି ପାଇବାର କଥାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଏପରି ସ୍ଥଳେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଅନ୍ୟ ଦ୍ବାରଗୁଡ଼ିକ ଖୋଲାଯିବା ଉଚିତ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଅନ୍ଯପଟେ ରତ୍ନ ଭଣ୍ଡାର ପ୍ରସଙ୍ଗ କଥା ଉପସ୍ଥାପନ କରି ତୁରନ୍ତ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବି କରିଛନ୍ତି ଜଗନ୍ନାଥ ସେନା । ନତେଚ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଓ ଆସନ୍ତା ଜାନୁଆରୀ 17 ତାରିଖରେ ଓଡ଼ିଶା ବନ୍ଦ ନେଇ ଚେତାବନୀ ଦେଇଛି ଜଗନ୍ନାଥ ସେନା ।

ଇଟିଭି ଭାରତ, କଟକ

Last Updated : Nov 20, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.