କଟକ: ଏସସିବି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ନିଯୁକ୍ତି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ଯୁବମୋର୍ଚ୍ଚା ।
ଖବର ଅନୁଯାୟୀ, କଟକ ଏସସିବି ମେଡିକାଲରେ ଆଟେଣ୍ଡାଣ୍ଟ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଦୀର୍ଘଦିନ ଧରି ଏହି ପ୍ରକ୍ରିୟା ଜାରି ରହିଥିବାରୁ ଏଯାବତ ନିଯୁକ୍ତି ଦିଗରେ ନିରୁତ୍ସାହିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ ।
ଚଳିତ ବର୍ଷ ବାହାରିଥିବା ପ୍ରାୟ ୨୯୬ ପଦବୀ ପୂରଣ ପାଇଁ ଦାୟିତ୍ବ ନେଇଥିବା ଠିକା ସଂସ୍ଥା ଟଙ୍କା ଲାଞ୍ଚ ନେଇ ପଦବୀ ପୂରଣ କରୁଥିବା ଅଭିଯୋଗ ହୋଇଛି । ଯଦି ଏହାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ସ୍ଥିତି ଭୟାବହ ହେବାନେଇ ଚେତାବନୀ ଦେଇଛି ଯୁବ ମୋର୍ଚ୍ଚା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ